ସରିଲା ଉତ୍କର୍ଷ ଓଡ଼ିଶା ମେକଇନ ଓଡ଼ିଶା କନକ୍ଲେଭ

ଯେତିକି ଲକ୍ଷ୍ୟ ଥିଲା ତା’ର ଦୁଇ ଗୁଣା ପୁଞ୍ଜି ନିବେଶ ପାଇଁ ମିଳିଛି ପ୍ରତିଶ୍ରୁତି । ଉତ୍କର୍ଷ ଓଡ଼ିଶା ସମ୍ମିଳନୀର ଦୁଇ ଦିନରେ ୧୪୫ MOU ସ୍ବାକ୍ଷର କରିଛନ୍ତି ସରକାର । ଯେଉଁଥିରେ ୧୩ ଲକ୍ଷ କୋଟିର ପୁଞ୍ଜି ନିବେଶ ପାଇଁ ମିଳିଛି ପ୍ରତିଶ୍ରୁତି । ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ସ୍ବପ୍ନ ସାକାର କରିବୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ ରାଜ୍ୟ ସରକାର ଶିଳ୍ପ ମହାକୁମ୍ଭରେ ଶହେ ଏମଓୟୁ ସ୍ବାକ୍ଷର ସହ ୫ ଲକ୍ଷ କୋଟି ନିବେଶର ଟାର୍ଗେଟ ରଖିଥିଲେ। ଦୁଇଦିନିଆ କନକ୍ଲେଭରେ ଆଶାଠୁ ଦୁଇ ଗୁଣା ହୋଇଛି ପୁଞ୍ଜିନିବେଶ ।ଶିଳ୍ପ ମହାକୁମ୍ଭରେ ନିବେଶ ବର୍ଷା। ଉତ୍କର୍ଷ ଓଡ଼ିଶା-ମେକ ଇନ ଓଡ଼ିଶା କନକ୍ଲେଭର ଦ୍ବିତୀୟ ଦିନରେ ମୁଖ୍ୟତଃ ଶକ୍ତି ଓ କୃଷିକ୍ଷେତ୍ର ଉପରେ ରହିଛି ଫୋକସ। ରାଜ୍ୟରେ ଶକ୍ତି ଓ କୃଷି କ୍ଷେତ୍ରରେ ନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ଶିଳ୍ପଦ୍ୟୋଗୀ । ପ୍ରାୟ ୪ଲକ୍ଷ ୩୩ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଏମଓୟୁ ସ୍ବାକ୍ଷର ହୋଇଛି।

୩୪ ହଜାର ମେଗାୱାଟ ପମ୍ପ ଷ୍ଟୋରେଜ କ୍ଷମତା ପାଇଁ ୨ଲକ୍ଷ କୋଟି ଟଙ୍କାର ନିବେଶ ହୋଇଛି। ୨୧ହଜାର ମେଗାୱାଟ କ୍ଷମତା ବିଶିଷ୍ଟ ସୋଲାର ରିନ୍ଯୁଏବଲ ପାଇଁ ଏକଲକ୍ଷ ୧୦ କୋଟି ଟଙ୍କା ନିବେଶ ହୋଇଛି।ମେଟାଲ ଓ ଷ୍ଟିଲ୍ କ୍ଷେତ୍ରରେ ସବୁଠୁ ଅଧିକ ପୁଞ୍ଜି ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ବଡ଼ ଶିଳ୍ପପତି । ଏହା ତଳକୁ ରହିଛି କେମିକାଲ ଓ ପେଟ୍ରୋକେମିକାଲ ପ୍ରୋଜେକ୍ଟ ପାଇଁ MOU ।୧୫.୪୦ ମେଗାୱାଟ କ୍ଷମତାର ପବନଶକ୍ତି, ବାର୍ଷିକ ୧.୫ ମିଲିୟନ ମେଟ୍ରିକ ଟନ ଗ୍ରୀନ ହାଇଡ୍ରୋଜେନ ଓ ଗ୍ରୀନ ଆମୋନିଆ ପାଇଁ ସମୁଦାୟ ୨୮ହଜାର ୪୩୦ କୋଟିର ନିବେଶ ହୋଇଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ଶିଳ୍ପମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ। କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ବିଭିନ୍ନ ପୁଞ୍ଜି ନିବେଶକାରୀଙ୍କ ସହ ଏମଓୟୁ ସ୍ୱାକ୍ଷର କରିଛନ୍ତି। ଏଥି ସହ ଡିଜିଟାଲ ମାର୍କେଟିଂ ଓ ଶୀତଳ ଭଣ୍ଡାର ପାଇଁ ନୂଆ ପିଲିସି ଆଣିବାକୁ ବି ନିଷ୍ପତ୍ତି ହୋଇଛି । ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗରେ ନିବେଶ ପାଇଁ ୩୬ ଟି କମ୍ପାନୀର ପ୍ରସ୍ତାବ ଆସିଛି | ଯେଉଁଥିରେ ୭ହଜାର ୭ଶହ ୬୨ କୋଟିର ପୁଞ୍ଜି ନିବେଶ ସହ ପ୍ରାୟ ୯ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଲକ୍ଷ୍ୟ ରହିଛି । ସେହିଭଳି ପର୍ଯ୍ୟଟନ କ୍ଷେତ୍ରରେ ୮ହଜାର କୋଟି ପୁଞ୍ଜି ନିବେଶର ମିଳିଛି ପ୍ରତିଶ୍ରୁତି ମିଳିଛି । ଆଡ୍ଭେଞ୍ଚର ଟୁରିଜିମ , ରିସର୍ଟ, ହୋଟେଲ ଆଦି କ୍ଷେତ୍ରରେ ପୁଞ୍ଜି ନିବେଶ ଲାଗି ହୋଇଛି MOU ।

You might also like