ରାସ୍ତାରେ ଥିବା ମ୍ୟାନହୋଲରେ ପଡ଼ିଲା ୨ ବର୍ଷର ଶିଶୁ।

ରାସ୍ତାରେ ଯାଉଥିବା ବେଳେ ମ୍ୟାନହୋଲରେ ଖସିପଡିଲା ୨ବର୍ଷର ଶିଶୁ। ନିଜ ମାଙ୍କ ସହ ଯାଉଥିବା ବେଳେ ଅଘଟଣ। ରାସ୍ତାରେ ଥିବା ମ୍ୟାନହୋଲର ଢ଼ାଙ୍କଣା ଖୋଲାଥିଲା ହେଲେ ଏକଥା ଜାଣିନଥିଲେ ମା ଜଣକ। ଗୁଜରାଟ ସୁରଟରୁ ଆସିଛି ଏଭଳି ଅଭାବନୀୟ ଖବର । ସୂଚନା ଅନୁସାରେ ଭରିଆବ ଗାଁର ୨ ବର୍ଷର ଶିଶୁ ସ୍ବେରେଜ୍‌ ଡ୍ରେନରେ ପଡିଯାଇଛି । ଖବର ମିଳିବା ପରେ ସ୍ଥାନୀୟ ପ୍ରଶାସନ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । କୁହାଯାଉଛି ଯେହେତୁ ଭାରି ଜଳ ପ୍ରବାହିତ ହେଉଛି, ତେଣୁ ପିଲାଟି ପାଣି ସ୍ରୋତରେ ଆଗକୁ ଭାସି ଯାଇଥିବା ଆକଳନ କରାଯାଉଛି। ଶିଶୁକୁ ଖୋଜିବା ପାଇଁ ପ୍ରାୟ ୧୦୦-୧୫୦ ମିଟର ଅଞ୍ଚଳ ପର୍ଯ୍ୟନ୍ତ ଯାଞ୍ଚ କରାଯାଇଛି।ଅଧିକାରୀଙ୍କ କହିବା କଥା ଯେହେତୁ ଏହି ରାସ୍ତା ଦେଇ ଭାରି ଯାନ ଚଳାଚଳ କରୁଛି। ତେଣୁ ମ୍ୟାନହୋଲର ଢାଙ୍କଣାଟି ଭାଙ୍ଗିଯାଇଛି। ଯେଉଁଥିପାଇଁ ଏତେବଡ଼ ଦୁର୍ଘଟଣା ଘଟିଯାଇଛି। ଯଥାଶୀଘ୍ର ପିଲାକୁ ଖୋଜି ବାହାର କରାଯିବ ବୋଲି ଅଧିକାରୀମାନେ କହିଛନ୍ତି।

You might also like