ଆତଙ୍କୀ କସାବ ବିରୋଧରେ ସାକ୍ଷୀ ଦେଲି ବୋଲି ଏବେ ମିଳୁନି ଘର କିମ୍ବା ଚାକିରି

ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ପୁରିଛି ୧୫ବର୍ଷ। ସେଦିନ ଥିଲା ୨୦୦୮ ବର୍ଷ ନଭେମ୍ବରର ୨୬ ତାରିଖ । ସମୟ ବିତିଥିଲେ ବି କ୍ଷତ ଶୁଖିନି। କ୍ଷତ ଆଉ କ୍ଷତି ଦୁଇଗୁଣା ବଢିଛି। ଏହି ଆତଙ୍କବାଦୀ ଆକ୍ରମଣରେ ୧୬୬ଜଣଙ୍କ ହତ୍ୟା କରାଯାଇଥିବା ବେଳେ ୩୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିଲେ। ଯେତେବେଳେ ଏହି ଆକ୍ରମଣ ବନ୍ଦ ହୋଇଗଲା । ଆତଙ୍କବାଦୀ କମାଣ୍ଡର ଅଜମଲ କସାବଙ୍କ ବିରୋଧରେ କୋର୍ଟରେ ଶୁଣାଣି ଚାଲିଥିଲା ​​ସେତେବେଳେ ହୋଟେଲରେ ଆତଙ୍କବାଦୀଙ୍କ ବନ୍ଧକରେ ଥିବା ଲୋକଙ୍କ ମଧ୍ୟରୁ ସବୁଠାରୁ ସାନ ଥିଲେ ୯ବର୍ଷର ଦେବିକା ରୋଟାଓ୍ବାନ। ଏହି କୁନି ଝିଅ ଜଣକ ୨୦୦୯ରେ ଆତଙ୍କୀଙ୍କ ବିରୋଧରେ କୋର୍ଟରେ ସାକ୍ଷୀ ଦେଇଥିଲେ। ଯାହାଯୋଗୁ ସେମାନଙ୍କୁ ମୃତ୍ୟୁଦଣ୍ଡାଦେଶ ଦିଆଯାଇଥିଲା।ଶିବାଜୀ ଟର୍ମିନାସ ରେଳ ଷ୍ଟେସନରେ ହୋଇଥିବା ଆକ୍ରମଣରେ ସେ ଗୋଟିଏ ଗୋଡରେ ଗୁଳି ବାଜିଥିଲେ। କୋର୍ଟରେ କସାବଙ୍କୁ ଚିହ୍ନିବାରେ ଦେବିକା ସର୍ବକନିଷ୍ଠ ସାକ୍ଷୀ ଥିଲେ। ସେହି ସମୟରେ, ତାଙ୍କର ଗୋଟିଏ ଫଟୋଗ୍ରାଫ ଗଣମାଧ୍ୟମରେ ବହୁ କଭରେଜ୍ ପାଇଥିଲା । ଯେଉଁଥିରେ ସେ ସାକ୍ଷୀ ହୋଇରେ କୋର୍ଟରେ ପହଞ୍ଚିଥିଲେ । କିନ୍ତୁ ଦେବିକାଙ୍କ ଜୀବନ ଏବେ ଜଟିଳ ହୋଇପଡିଛି ଦେବିକା ଆଉ ପୂର୍ବ ପରି ଲାଜକୁଳି ନୁହଁନ୍ତି, ବର୍ତ୍ତମାନ ସେ ଲୋକଙ୍କ ସହ କଥା ହେବା ଏବଂ ସେମାନଙ୍କ ପ୍ରତିକ୍ରିୟାରେ ଜବାବ୍‌ ଦେଇପାରୁଛନ୍ତି । ସେ ବର୍ତ୍ତମାନ ୨୪ ବର୍ଷ ବୟସରେ ।

ଲୋକମାନେ ତାଙ୍କୁ ଜାଣନ୍ତି ଏବଂ ପ୍ରତିଦିନ ତାଙ୍କୁ ଭେଟିବାକୁ ଆସନ୍ତି।ଏନେଇ ଦେବିକା କହିଛନ୍ତି, ୨୬।୧୧ ଦିନ ମନେରଖିବା ପାଇଁ କୌଣସି ରିମାଇଣ୍ଡର ଲୋଡା ପଡେ ନାହିଁ। ତାହା ମୋ ମନର ଏକ ଅକ୍ଷତ ଦାଗ। ଯାହା କେବେ ବି ଶୁଖିନି। କାରଣ ଆକ୍ରମଣ ପରର ଏହି ଦୀର୍ଘ ୧୫ବର୍ଷର ପ୍ରତିଟି ଦିନ ମୋତେ ସେହି ଦିନକୁ ଭୁଲେଇବାକୁ ପଛଘୁଞ୍ଚା ଦେଇ ନାହାନ୍ତି। ଆଜିର ଦିନରେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ ରେଲଓ୍ବେ ଷ୍ଟେଶନରେ ଆତଙ୍କ ରଚାଇଥିଲା ଆତଙ୍କବାଦୀ ଅଜମଲ କସାବ। ମୁଁ ସେତେବେଳେ ୯ବର୍ଷର ଥିଲି। ଆଉ ସବୁଠୁ କମ ବୟସରେ ହିଁ କୋର୍ଟରେ ସାକ୍ଷୀ ଦେଇ ଆତଙ୍କୀ କସାବକୁ ଅଭିଯୁକ୍ତଙ୍କ ମଧ୍ୟରେ ଚିହ୍ନଟ କରିଥିଲି।ଦେବିକାଙ୍କ ପରିବାର ଗତ ଆଠ ବର୍ଷ ମଧ୍ୟରେ ସରକାରଙ୍କ ତରଫରୁ ୧୩ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଛନ୍ତି। କିନ୍ତୁ ତଥାପି ଦେବିକାଙ୍କ ଆର୍ଥିକ ଅବସ୍ଥା ସେତେ ଭଲ ନୁହେଁ। ସେ ଚାକିରି ଖୋଜୁଛନ୍ତି । ତାଙ୍କ ବାପା ମଧ୍ୟ କୌସିଣି ଚାକିରି ମିଳୁ ନାହିଁ । ପୂର୍ବରୁ ଦେବିକା ଏକ ଚାଳ ଘରେ ରହୁଥିଲେ କିନ୍ତୁ ପରେ ତାଙ୍କୁ ପୁନର୍ବାସର ଏକ ଅଂଶ ଭାବରେ ଏକ ଆପାର୍ଟମେଣ୍ଟରେ ଫ୍ଲାଟ ଦିଆଯାଇଥିଲା, କିନ୍ତୁ ଏଥିପାଇଁ ତାଙ୍କୁ ୧୯ ହଜାର ଟଙ୍କା ଭଡା ଦେବାକୁ ପଡିବ ।ଦେବିକା ଜଣେ ପୋଲିସ ଅଧିକାରୀ ହେବାକୁ ଇଚ୍ଛା କରନ୍ତି। କିନ୍ତୁ ସେ ଗତ କିଛି ମାସ ଧରି ଚାକିରି ଖୋଜୁଛନ୍ତି । ସେ ଆଇପିଏସ୍ ଅଧିକାରୀ ହୋଇ ଆତଙ୍କବାଦକୁ ଶେଷ କରିବେ।

ସେ କୁହନ୍ତି, ବର୍ତ୍ତମାନ ମୁଁ ଚାକିରି ଖୋଜୁଛି, କିନ୍ତୁ ମୋର ସ୍ୱପ୍ନକୁ ପୂରଣ କରିବା ପାଇଁ ମୁଁ ସବୁ ପ୍ରକାରର ଚେଷ୍ଟା କରିବି।୨୦୦୬ରେ କୌଣସି ରୋଗରେ ପୀଡିତ ହୋଇ ଦେବିକା ତାଙ୍କ ମାଆଙ୍କୁ ହରାଇଥିଲେ। ୨୬/୧୧ ଆକ୍ରମଣ ପୂର୍ବରୁ ତାଙ୍କ ବାପା ସେଓ ବିକ୍ରି କରୁଥିଲେ। ଆକ୍ରମଣ ସମୟରେ ଦେବିକା ତାଙ୍କ ବାପା ଓ ଭାଇଙ୍କ ସହ ଟ୍ରେନରେ ଚଢିବା ପାଇଁ ଶିବାଜୀ ରେଲଓ୍ବେ ଷ୍ଟେଶନରେ ଅପେକ୍ଷା କରିଥିଲେ। ଏହି ସମୟରେ ତାଙ୍କର ଡାହାଣ ଗୋଡରେ ଗୁଳି ବାଜିଥିଲା। ଗୁଳି ବାଜିବାରୁ ସେ ସାଙ୍ଗେ ସାଙ୍ଗେ ବେହୋସ ହୋଇ ପଡିଥିଲେ। କସାବ ଦ୍ୱାରା ଚଳାଯାଇଥିବା ଗୁଳିରେ ତାଙ୍କ ଗୋଡରେ ୬ଟି ସର୍ଜରୀ ହୋଇଥିଲା। ସେ ୬୫ଦିନ ଧରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ପାଇଁ ତାଙ୍କ ବାପା ହସ୍ପିଟାଲର ଚକ୍କର କାଟୁଥିଲେ। ଏହାରି ଭିତରେ ତାଙ୍କ ବ୍ୟବସାୟ ମାନ୍ଦା ପଡି ଦୋକାନ ବନ୍ଦ ହୋଇଯାଇଥିଲା। ପରେ ପରେ ୨୦୧୪ରେ ତାଙ୍କୁ ଟିବି ହୋଇଯାଇଥିଲା। ଦୀର୍ଘଦିନ ସେ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ।

You might also like