ରାଉରକେଲାରେ ପୁଣି ଲଜ୍ୟା । ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ

ଷ୍ଟିଲ ସିଟିରେ ପୁଣି ଲଜ୍ଜା। ନାବାଳିକାକୁ ଗଣ ଦୁଷ୍କର୍ମ ନେଇ ଉଦିତ ନଗର ଥାନାରେ ଅଭିଯୋଗ ହୋଇଛି |ଜଣେ ନାବାଳିକାଙ୍କୁ ରାସ୍ତାରୁ ଉଠାଇ ନେଇ ୩ ଧରି ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଯୌନ ପିପାସୁଙ୍କ କବଳରୁ ଖସି ଆସି ଉଦିତ ନଗର ଥାନାରେ ଅଭିଯୋଗ କରିଛନ୍ତି ନାବାଳିକା |ସୂଚନା ଅନୁଯାୟୀ, ଗତ ୧୭ ତାରିଖ ଅପରାହ୍ନରେ ଷ୍ଟେସନ ଅଞ୍ଚଳର ନାବାଳିକା ବୁଲା ବୁଲି କରୁଥିଲେ। ଏହି ସମୟରେ ଖାଇବାକୁ ଦେବାକୁ କହି ଦୁଇ ଯୁବକ କୌଶଳ କ୍ରମେ ନାବାଳିକାକୁ ନେଇଯାଇଥିଲେ। ୨୦ କିଲୋମିଟର ଦୂର ବିଶ୍ରା ଅଞ୍ଚଳ ଏକ ଝାଟି ମାଟି ଘରେ ରଖି ଦୁଇ ଯୁବକ ସହ ଆଉ ଜଣେ ଯୁବକ ମୋଟ ତିନି ଜଣ ଗଣ ଦୁଷ୍କର୍ମ କରିଥିଲେ | ଗତକାଲି ନାବାଳିକା ଜଣଙ୍କ ଯୌନ ପିପାସୁଙ୍କ କବଳରୁ ଖସି ଆସି ଉଦିତ ନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏହି ଘଟଣାର ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

You might also like