୫ ଜିଲ୍ଲା ନୁହେଁ ୩୦ ଜିଲ୍ଲା ସତର୍କ ରୁହ ; ସତର୍କ କରାଇଲେ ସ୍ୱାସ୍ଥ୍ୟ ସଚିବ
ଡାଇରିଆକୁ ନେଇ ଏବେ ଚିନ୍ତାରେ ଓଡ଼ିଶା । ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଏବେ ଡାଇରିଆ ବ୍ୟାପୁଥିବାବେଳେ, ଏନେଇ ସତର୍କ କରାଇଛନ୍ତି ସ୍ୱାସ୍ଥ୍ୟ ସଚିବ । ୫ ଜିଲ୍ଲା ନୁହେଁ ରାଜ୍ୟର ସବୁ ଜିଲ୍ଲାକୁ ଆଲର୍ଟ ରହିବାକୁ ସ୍ୱାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି । 5 ଜିଲ୍ଲାରୁ ନୂଆ 300 କେଶ୍ ଚିହ୍ନଟ ହୋଇଛି । ରୋଗୀଙ୍କ ଉପରେ 24 ଘଣ୍ଟା ନଜର ରଖିବାକୁ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ । ବିଶୋଧନ ପ୍ରକ୍ରିୟା ଜାରି ରହିବ । ଏହାସହ ଡାଇରିଆ ନେଇ ଆଶା, ଅଙ୍ଗନବାଡି ସଚେତନ କରିବା ସହିତ ଗାଁ ଗାଁରେ ମାଇକରେ ପ୍ରଚାର ଚାଲିଛି । ମାଇକ ଯୋଗେ ପ୍ରଚାର କରି ଲୋକମାନଙ୍କୁ ସଚେତନ କରାଯାଉଛି । 7 ଦିନ ପର୍ଯ୍ୟନ୍ତ ଏହି ପଦକ୍ଷେପ ଜାରି ରହିବ । ତେବେ 25 ଜିଲ୍ଲାରେ ଆଗୁଆ ପଦକ୍ଷେପ ନିଆଯାଉଛି ।ଅନ୍ୟପଟେ ପ୍ରତିଦିନ ରାଜ୍ୟସ୍ତରୀୟ ସମୀକ୍ଷା ହେବ । କେନ୍ଦ୍ରୀୟ ଟିମ୍ ମଧ୍ୟ ଗ୍ରାଉଣ୍ଡରେ ଅଛନ୍ତି । ଆସନ୍ତାକାଲି କେନ୍ଦ୍ରୀୟ ଟିମ୍ ସହିତ ରାଜ୍ୟ ସରକାର ଆଲୋଚନା କରିବେ । ଏହାସହ ମୌସୁମୀ ବର୍ଷା ହେଉଛି, ତେଣୁ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ।
