ନାଗ ସାପ ଦେଖାଇ ଫାଇନାସ୍ସ କର୍ମଚାରୀଙ୍କୁ ଅପହରଣ
ଗଞ୍ଜାମ ଜିଲା କେ.ନୂଆଗାଁ ପୋଲିସ ଚିକିଟି ଗଡ଼ ଗ୍ରାମର ନୂତନ ପାତ୍ରଙ୍କ ଘରେ ବନ୍ଧକ ରଖାଯାଇଥିବା ୪ ଯୁବକଙ୍କୁ ଉଦ୍ଧାର କରିଛି। ଉଦ୍ଧାର ଯୁବକଙ୍କ ମଧ୍ୟରେ ଜଣେ ନୂଆ ଦିଲ୍ଲୀର ଏକ ଘରୋଇ ଫାଇନାନ୍ସ ସଂସ୍ଥାର କର୍ମଚାରୀ ହୋଇଥିବା ବେଳେ ଅନ୍ୟ ୩ ଜଣ କଟକ ଅଞ୍ଚଳର ଏଜେଣ୍ଟ ବୋଲି ସୂଚନା ମିଳିଛି। କୋଟିଏ ଟଙ୍କା ନଦେଲେ ସମସ୍ତଙ୍କୁ ବନ୍ଧକଙ୍କୁ ନାଗ ସାପ ଚୋଟରେ ଜୀବନ ନେଇଯିବେ ବୋଲି ଧମକ ଚମକ ଦେଉଥିଲେ । ଗୋଳନ୍ଥରା ଥାନା ଅଞ୍ଚଳରୁ ଅପହରଣ ପରେ ଚିକିଟି ଗଡ଼ରେ ଅଟକ ରଖି ଅତ୍ୟାଚାର କରୁଥିଲେ ।
ହେଲେ କୌଣସି ମତେ ଜଣେ ଅପହରଣକାରୀଙ୍କ କବଳରୁ ଖସି ଆସି ଚିକିଟି ତହସିଲ ଅଫିସରେ ପହଞ୍ଚି ଉଦ୍ଧାର ପାଇଁ ନେହାରୁ ହୋଇଥିଲେ ।ଘଟଣାରେ ସମ୍ପୃକ୍ତ ଥିବା ନୂତନ ପାତ୍ର ଫେରାର ହୋଇଯାଇଛି। ଅପହରଣ କରି ରଖାଯାଇଥିିବା ସ୍ଥାନରେ ଗଞ୍ଜେଇ ଗଛ ଲାଗିଥିଲା। ଘଟଣା ସ୍ଥଳରେ ପହଞ୍ଚି ଗଞ୍ଜେଇ ଗଛ କାଟିବା ସହ ତଦନ୍ତ କରୁଛି ପୋଲିସ । ଅପହରଣକାରୀ ଅସାମାଜିକ ଯୁବକମାନେ ସେମାନଙ୍କ ଠାରୁ ୧ କୋଟି ଟଙ୍କା ମାଗିଥିବା ପୋଲିସ ସୂଚନା ଦେଇଛି। ପ୍ରଥମେ ଏହି ଅପହୃତ ୪ ଯୁବକଙ୍କୁ ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଇଲାକାରେ ଅପହରଣ କରି ରଖିବା ପରେ ସେମାନଙ୍କୁ ଚିକିଟି ଗଡ଼ରେ ଗତ ୩ ଦିନ ହେବ ରଖାଯାଇ ଅକଥନୀୟ ଅତ୍ୟାଚାର କରାଯାଉଥିଲା।