କାନ୍ଦୁଥିଲା ମାସକର ଶିଶୁ, ଦେଇଚାଲିଲେ ଚେଙ୍କ

ଆଜିର ଆଧୁନିକ ଯୁଗରେ ଏବେ ବି ଅନେକ କୁପ୍ରଥା ଏବଂ ଅନ୍ଧବିଶ୍ୱାସ ରହିଛି। ପିଲାଟି କାନ୍ଦୁଥିବା ଏବଂ ମୋଡିମାଡି ହେଉଥିବାରୁ ପରିବାର ଲୋକେ ମାତ୍ର ୧ ମାସର ଶିଶୁ ଦେହରେ ୪୦ରୁ ଊର୍ଦ୍ଧ୍ୱ ନିଆଁ ଚେଙ୍କ ଦେଇଛନ୍ତି। ଫଳରେ ଶିଶୁଟି ଏବେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛି। ଏପରି ଏକ ଘଟଣା ନବରଙ୍ଗପୁର ଜିଲା ଉମରକୋଟ ଚନ୍ଦାହାଣ୍ଡି ବ୍ଲକର ଗମ୍ଭାରୀଗୁଡ଼ା ଗ୍ରାମପଞ୍ଚାୟତର ଫୁଣ୍ଡେଲପଡ଼ା ଗ୍ରାମରେ ଦେଖିବାକୁ ମିଳିଛି।ସୂତନାମୁତାବକ, ଫୁଣ୍ଡେଲପଡ଼ା ଗ୍ରାମର ସରୋଜ କୁମାର ନାୟକଙ୍କ ପୁଅ ଜନ୍ମ ହେବାର ୧୦ ଦିନ ପରେ ଦେହ ମୋଡିମୋଡି ହେବା ସହ ସବୁବେଳେ କାନ୍ଦୁଥିଲା। ଏହାପରେ ସେ କେଉଁଠାରୁ ଶୁଣିବାକୁ ପାଇଲେ ପିଲାର ପେଟରେ ଏବଂ ମୁଣ୍ଡରେ ନିଆଁ ଚେଙ୍କ ଦେଲେ ଦେହ ମୋଡିମୋଡି ଏବଂ କାନ୍ଦ ବନ୍ଦ ହୋଇଯିବ । ଏହାପରେ ନିରୀହ ଶିଶୁଟିର ମୁଣ୍ଡ ଓ ପେଟରେ ୪୦ରୁ ଊର୍ଦ୍ଧ୍ୱ ଚେଙ୍କ ଦେଇଥିଲେ। ନିଆଁ ଚେଙ୍କ ମାରିବା ପରେ କିଛି ଦିନ ପୁଅ ଆଉ କାନ୍ଦି ନ ଥିଲା, କିନ୍ତୁ ବର୍ତ୍ତମାନ ଦୁଇ ଦିନ ହେଲା ଚେଙ୍କର ଯନ୍ତ୍ରଣା ସମ୍ଭାଳି ନ ପାରି ପୁଅ କାନ୍ଦିବା ଆରମ୍ଭ କରିଥିଲା ବୋଲି ପରିବାର ଲୋକ କହିଛନ୍ତି ।

You might also like