ଚା ପିଇବା ସ୍ୱାସ୍ଥ୍ୟ ଓ ମନ ସତେଜ ରଖିବା ବେଶ ଲାଭ ମିଳିଥାଏ କିନ୍ତୁ ଯଦି ଚିନି ମିଶାଇ ପିଉଥାନ୍ତି ତେବେ ସାବଧାନ କାରଣ ଅତ୍ୟଧିକ ଚିନି ଖାଇବା ଦ୍ୱାରା ଅନେକ ସମସ୍ୟା ସୃଷ୍ଟି ହେଉଥିବା ବେଳେ ଗୁଡ଼ା ଦେହ ପାଇଁ ଖୁବ ଭଲ ହୋଇଥାଏ l ଚିନି ପରି ମିଠା ବି ଦେଇଥାଏ ଏବଂ ସ୍ୱାସ୍ଥ୍ୟ ପ୍ରତି ଲାଭଦାୟକ ମଧ୍ୟ୍ୟ ହୋଇଥାଏ l ତେବେ ଚିନି ବଦଳରେ ଗୁଡ଼ ଖାଇବା ଦ୍ୱାରା କଣ ଲାଭ ମିଳିଥାଏ ଆସନ୍ତୁ ଜାଣିବା l

ଗୁଡ଼ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ :
ଯଦି ଆପଣଙ୍କର ଓଜନ ବଢିବା ନେଇ ଆପଣ ଚିନ୍ତାରେ ଅଛନ୍ତି ତେବେ ଆଜିଠାରୁ ଗୁଡ ଚା’ ପିଇବା ଆରମ୍ଭ କରନ୍ତୁ l ଗୁଡରେ ଅନେକ ପୋଷକ ତତ୍ତ୍ୱ ରହିଥାଏ, ଯାହା ପ୍ରାକୃତିକ ଭାବରେ ଶରୀରରୁ ଅତିରିକ୍ତ କ୍ୟାଲୋରୀ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଗୁଡ଼ ଚା ପିଇବା ଦ୍ୱାରା ସେଥିରେ ଥିବା କାଲସିୟମ ଆମ ଶରୀରରେ ମେଟାବୋଲିଜିମ୍‌କୁ ବୃଦ୍ଧି କରାଏ ଯାହା ଅଧିକ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । କିନ୍ତୁ ଚିନି ଖାଇବା ଦ୍ୱାରା ମୋଟାପା ଅଧିକ ବଢିଥାଏ l

ଗୁଡ଼ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ :
ରୋଗ ପ୍ରତିରୋଧକ ଶକ୍ତି ବଢେଇବା ପାଇଁ ଗୁଡ଼ ଏକ ଖୁବ ଭଲ ଜିନିଷ l ବିଶେଷ କରି ଶୀତ ଋତୁରେ ଗୁଡ ଚା’ ପିଇବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ପାଣିପାଗର ପରିବର୍ତ୍ତନ ହେତୁ ଲୋକମାନେ ପ୍ରାୟତଃ ଅସୁସ୍ଥ ହେବାକୁ ଲାଗନ୍ତି । କିନ୍ତୁ ଯଦି ଆପଣ ଗୁଡ ଚା’ ପିଅନ୍ତି, ତେବେ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢିଯିବ । ଗୁଡରେ ଲୌହ, ଜିଙ୍କ୍‌, ସେଲେନିୟମ୍, ମାଗ୍ନେସିୟମ ପରି ଅନେକ ପୋଷାକ ପଦାର୍ଥ ରହିଛି l ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ବିଶେଷ ସହାୟକ ହୋଇଥାଏ l

ଗୁଡ଼ ରକ୍ତହୀନତା ଦୂର କରିବାରେ ସହାୟକ ହୋଇଥାଏ :
ଶରୀରରେ ହେମୋଗ୍ଲୋବିନର ପରିମାଣ ବଜାୟ ରଖିବା ପାଇଁ ଲୌହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଗୁଡ଼ରେ ପ୍ରଚୁର ପରିମାଣରେ ଲୌହ ଥାଏ । ଲୌହ ଲାଲ ରକ୍ତ କଣିକାକୁ ଫୁସ୍‌ଫୁସ୍‌ ଏବଂ ଶରୀରର ବିଭିନ୍ନ ଅଂଶରେ ଅମ୍ଳଜାନ ପହଞ୍ଚାଇବାରେ ସାହାଯ୍ୟ କରେ। ଦୈନିକ ଗୁଡ ଚା’ ପିଇବା ଦ୍ୱାରା ଶରୀରର ଲୌହ ଆବଶ୍ୟକତା ପୂରଣ ହୁଏ । ଯଦି ଆପଣଙ୍କ ଶରୀରରେ ରକ୍ତହୀନତା ପରି ସମସ୍ୟା ଅଛି ତେବେ ପ୍ରତିଦିନ ଗୁଡ ଚା’ ପିଇବା ଦ୍ୱାରା ଏହା ବହୁତ ପରିମାଣରେ କମ ହୋଇପାରିବ l

ଗୁଡ଼ ଖାଇବା ଦ୍ୱାରା ଗଣ୍ଠି ଯନ୍ତ୍ରଣା ହ୍ରାସ ହୋଇଥାଏ :
ଗୁଡ଼ ଚା’ ଭିଟାମିନ୍ ଏବଂ ମିନେରାଲ୍ସ ପରି ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱରେ ଭରପୂର, ଯାହା ଗଣ୍ଠି ଯନ୍ତ୍ରଣା ଏବଂ ହାଡ ସମ୍ବନ୍ଧୀୟ ସମସ୍ୟା ହ୍ରାସ କରିବାରେ ସହାୟକ ହୁଏ । ଗୁଡ଼ ଚା’ ପିଇବା ଦ୍ୱାରା ହାଡ଼ ମଜବୁତ ହୋଇଥାଏ ଯାହାଦ୍ୱାରା ଗଣ୍ଠି ଯନ୍ତ୍ରଣା ଜନିତ ସମସ୍ୟା ଦୂର ହୁଏ l