5 ନଭେମ୍ବର ଏହି ସହରରେ ବନ୍ଦ କହିବ ବ୍ୟାଙ୍କ ।

ଭାରତୀୟ ରିଜର୍ଭ ବ୍ୟାଙ୍କ ଅନୁଯାୟୀ, ଆସନ୍ତାକାଲି ନଭେମ୍ବର 5 ତାରିଖରେ ମିଜୋରାମ, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ଓଡ଼ିଶା, ଚଣ୍ଡିଗଡ଼, ଉତ୍ତରାଖଣ୍ଡ, ତେଲେଙ୍ଗାନା, ଅରୁଣାଚଳ ପ୍ରଦେଶ, ରାଜସ୍ଥାନ, ଜମ୍ମୁ ଏବଂ କାଶ୍ମୀର, ଉତ୍ତର ପ୍ରଦେଶ, ନାଗାଲାଣ୍ଡ, ପଶ୍ଚିମବଙ୍ଗ, ଦିଲ୍ଲୀ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ହିମାଚଳ ପ୍ରଦେଶରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ସୂଚନାମୁତାବକ ନଭେମ୍ବର 5 ତାରିଖରେ ସାରା ଦେଶରେ ଗୁରୁ ନାନକ ଜୟନ୍ତୀ ଏବଂ କାର୍ତିକ ପୂର୍ଣ୍ଣିମା ପାଳନ କରାଯିବ। ଏହି କାରଣରୁ, ଅନେକ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ।ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରତି ମାସରେ ଏକ ଛୁଟି ତାଲିକା ପ୍ରକାଶ କରେ। ଏହି ମାସର ଛୁଟିଦିନଗୁଡ଼ିକରେ ଆସନ୍ତାକାଲିର ଗୁରୁ ନାନକ ଜୟନ୍ତୀ ଛୁଟି ମଧ୍ୟ ଅନ୍ତର୍ଭୁକ୍ତ। ଏହି ଛୁଟିଦିନଗୁଡ଼ିକ ବ୍ୟତୀତ, ପ୍ରତି ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାରରେ ମଧ୍ୟ ବ୍ୟାଙ୍କଗୁଡ଼ିକ ବନ୍ଦ ରହିଥାଏ।