ଭରତପୁର ଥାନା ନିର୍ଯାତନା ମାମଲା, ୪ ପୋଲିସ କର୍ମଚାରୀଙ୍କ ଆଗୁଆ ଜାମିନ ଆବେଦନ ଖାରଜ

ଭରତପୁର ଥାନା ନିର୍ଯାତନା ମାମଲା । ଥାନାର ୪ ପୋଲିସ କର୍ମଚାରୀଙ୍କ ଆଗୁଆ ଜାମିନ ଆବେଦନ କରିଥିଲେ । ହାଇକୋର୍ଟଙ୍କ ଅବକାଶକାଳୀନ କୋର୍ଟରେ ମାମଲାର ଶୁଣାଣି ହୋଇଛି । ପୋଲିସ କର୍ମଚାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଛନ୍ତି ଆଇନଜୀବୀ ମାନସ ଚାନ୍ଦ । ଶୁକ୍ରବାର ନିଲମ୍ବିତ ଆଇଆଇସିଙ୍କ ବ୍ୟତୀତ ଅନ୍ୟ ୪ ଜଣଙ୍କର ଅନ୍ତରୀଣ ସୁରକ୍ଷା ମାମଲାର ଶୁଣାଣି କରି କୋର୍ଟ ଅନ୍ତରୀଣ ସୁରକ୍ଷା ପାଇଁ ମନା କରିଦେଇଛନ୍ତି। ସେହିପରି ମାମଲାର ତଦନ୍ତ ସ୍ଥିତି ଏବଂ କେସ୍ ଡାଏରୀ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଅବକାଶ ଛୁଟି ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।