ଋଷିକୂଲ୍ୟାରେ ଅଣ୍ଡା ଦେଲେଣି ୬.୪୧ ଲକ୍ଷ

ଗଞ୍ଜାମ ଋଷିକୂଲ୍ୟା ମୁହାଁଣରେ କଇଁଛଙ୍କ ଗଣ ଅଣ୍ଡାଦାନରେ ବିଶ୍ଵ ରେକର୍ଡ । ଋଷିକୂଲ୍ୟା ମୁହାଁଣରେ ଚାଲିଥିବା ବିରଳ ପ୍ରଜାତିର ଅଲିଭ ରିଡଲେ କଇଁଛଙ୍କ ଗଣ‌‌‌ ଅଣ୍ଡାଦାନ ଶେଷ ହୋଇଛି । ଚଳିତ ବର୍ଷ ୮ ଦିନରେ ମୋଟ ୬ ଲକ୍ଷ ୯୮ ହଜାର ୭୧୮ କଇଁଛ ଗଣ ଅଣ୍ଡାଦାନ କରିଛନ୍ତି । ଚଳିତ ବର୍ଷର ଗଣ ଅଣ୍ଡାଦାନ ସମସ୍ତ ରେକର୍ଡକୁ ଭାଙ୍ଗିଛି ।ଅନ୍ୟପଟେ ଗହୀରମଥାରେ ବର୍ତ୍ତମାନ ପର୍ଯ୍ୟନ୍ତ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇନଥିବା ବେଳେ ଆଉ ଅଳ୍ପ କେଇ ଦିନ ମଧ୍ୟରେ ଏଠାରେ ମଧ୍ୟ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇପାରେ ବୋଲି ଆଶା କରାଯାଉଛି।

ରାଜ୍ୟ ବନ ବିଭାଗର ତଥ୍ୟ ଅନୁଯାୟୀ, ୨୦୧୯-୨୦ରେ ଋଷିକୂଲ୍ୟାରେ ୩.୨୩ ଲକ୍ଷ କଇଁଛ ଗଣଅଣ୍ଡାଦାନ କରିଥିବା ବେଳେ ୨୦୨୧-୨୨ରେ ୫.୫୦ଲକ୍ଷ, ୨୦୨୨-୨୩ରେ ୬.୩୭ଲକ୍ଷ ଅଲିଭ୍‌ରିଡ୍‌ଲେ ଗଣଅଣ୍ଡାଦାନ କରିଥିଲେ। ତେବେ ଗତବର୍ଷ ଏଠାରେ ଗଣଅଣ୍ଡାଦାନ ହୋଇପାରି ନଥିବା ବେଳେ ଏ ବର୍ଷ ଅଦ୍ୟାବଧି ୬ ଲକ୍ଷ ୪୧ ହଜାର କଇଁଛ ଗଣଅଣ୍ଡାଦାନ କରିସାରିଛନ୍ତି।

You might also like