ମଝି ଆକାଶରେ ହେଲିକପ୍ଟର କ୍ରାସ୍, ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ 

ଆମେରିକାରେ ମଝି ଆକାଶରେ ହେଲିକପ୍ଟର ଦୁର୍ଘଟଣା । ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ସୂଚନା ।ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟି ନ୍ୟୁୟର୍କର ହଡସନ ନଦୀରେ ଯାଇ ପଡ଼ିଥିବା ସୂଚନା । ଦୁର୍ଘଟଣାକୁ ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।୫ ଜଣ ଗୋଟିଏ ପରିବାରର ବୋଲି ଜଣାପଡିଛି । ବାପା, ମା ଏବଂ ୩ ପିଲା ଥିବାବେଳେ ହେଲିକପ୍ଟରର ପାଇଲଟଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ଛଅ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଏଥିସହ ଏହି ଘଟଣା ପରେ ମେୟର ଏରିକ୍ ଆଡାମ୍ସ କହିଛନ୍ତି ଏଭଳି ଏଭଳି ଘଟଣା ହୃଦୟ ବିଦାରକ । ଏଥିସହ ସୋସିଆଲ ମିଡିଆରେ ବିମାନ ଭାଙ୍ଗିବା ଏବଂ ହେଲିକପ୍ଟରଟି ଜଳପଥରେ ଖସିପଡ଼ିବାର ଦୃଶ୍ୟ ଦେଖିବାକୁ ମିଳିଛି ।

You might also like