ଆଜି ହସ୍ପିଟାଲରୁ ଡିସଚାର୍ଜ ହେବେ ନବୀନ ।
ଆଜି ହସ୍ପିଟାଲରୁ ଡିସଚାର୍ଜ ହେବେ ନବୀନ । ସୂଚନା ଦେଲେ ନବୀନଙ୍କ ରାଜନୈତିକ ସଚିବ । ମୁମ୍ବାଇ କୋକିଳାବେନ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସର୍ଭିକାଲ ଆର୍ଥାଇଟିସର ହୋଇଛି ଅସ୍ତ୍ରୋପଚାର ।ତେବେ ଡିସଚାର୍ଜ ହେବା ପରେ ସେ ସିଧା ସଳଖ ଦିଲ୍ଲୀ ଯିବେ । ଦିଲ୍ଲୀ ବାସ ଭବନରେ କିଛି ଦିନ ଆରାମ କରିବେ । ସୂଚନାମୁତାବକ ସାଢେ ଚାରିକୋଟି ଓଡ଼ିଆଙ୍କ ହୃଦସ୍ପନ୍ଦନ ନବୀନ ପଟ୍ଟନାୟକ । ଦୈବୀ ଦୁର୍ବିପାକ ହେଉ ଅବା ଯେକୌଣସି ସମସ୍ୟା । ପ୍ରତିଟି ମୁହୁର୍ତ୍ତରେ ରାଜ୍ୟର ହିତ ପାଇଁ ଠିଆ ହୋଇଛନ୍ତି ନବୀନ ପଟ୍ଟନାୟକ । ତାଙ୍କ ଅସୁସ୍ଥତା ଖବର ଶୁଣି ବ୍ୟସ୍ତ ହୋଇପଡିଥିଲେ ରାଜ୍ୟବାସୀ । ମୁମ୍ବାଇରେ ନବୀନଙ୍କ ସଫଳ ଅସ୍ତ୍ରୋପ୍ରଚାର ପରେ ସଭିଏଁ ଠାକୁରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଦଳମତ ନିର୍ବିଶେଷରେ ନବୀନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ରାଜନେତା ।
