ଅସ୍ତ୍ରୋପଚାର କଲା ନକଲି ଡାକ୍ତର, ସର୍ଜରୀ ବେଳେ ୭ ରୋଗୀଙ୍କୁ ମାରିଦେଲେ

ମଧ୍ୟପ୍ରଦେଶର ଦାମୋହ ଜିଲ୍ଲାର ଏକ ହସ୍ପିଟାଲରେ ନକଲି ହୃଦରୋଗ ଡାକ୍ତରଙ୍କ ଚିକିତ୍ସାରେ ୭ ଜଣଙ୍କ ମୃତ୍ୟୁ ଘଟିଛି । ଜାତୀୟ ମାନବାଧିକାର କମିଶନ ସଦସ୍ୟ ପ୍ରିୟଙ୍କ କାନୁନଗୋ କହିଛନ୍ତି, ଜଣେ ନକଲି ଡାକ୍ତର ହୃଦରୋଗ ଅସ୍ତ୍ରୋପଚାର କରି ଅନେକ ଲୋକଙ୍କ ମୃତ୍ୟୁ ଘଟାଇଥିବା ନେଇ ଅଭିଯୋଗ ଆସିଥିଲା । ଆୟୁଷ୍ମାନ ଭାରତ ଯୋଜନାରେ ଏହି ହସ୍ପିଟାଲ ସରକାରଙ୍କଠାରୁ ଟଙ୍କା ନେଉଥିବା ମଧ୍ୟ ସୂଚନା ମିଳିଛି । ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଇତି ମଧ୍ୟରେ ଡାକ୍ତରଙ୍କୁ ଗିରଫ କରାଯାଇଛି । ସୂଚନାମୁତାବକ ଏନ୍‌. ଜନ୍‌ କେମ୍‌ ନାମକ ବ୍ୟକ୍ତି ନିଜକୁ ଖ୍ୟାତନାମା ବ୍ରିଟିଶ ହୃଦ୍‌ରୋଗ ବିଶେଷଜ୍ଞ ପରିଚୟ ଦେଇ ଉକ୍ତ ହସ୍ପିଟାଲରେ ରୋଗୀଙ୍କ ହୃତ୍‌ପିଣ୍ଡ ଅସ୍ତ୍ରୋପଚାର କରୁଥିଲେ। ପରବର୍ତ୍ତୀ ସମୟରେ ରୋଗୀଙ୍କର ମୃତ୍ୟୁ ଘଟିଥିଲା।ତଦନ୍ତ ପରେ ଅଭିଯୁକ୍ତଙ୍କ ପ୍ରକୃତ ନାମ ନରେନ୍ଦ୍ର ବିକ୍ରମାଦିତ୍ୟ ଯାଦବ ବୋଲି ଜଣାପଡ଼ିଛି।


ସ୍ନାନ ପୂର୍ଣ୍ଣିମା ପୂର୍ବରୁ ସରିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟସରକାରୀ ଭାବେ ରୋଗୀଙ୍କ ମୃତ୍ୟୁସଂଖ୍ୟା ୭, କିନ୍ତୁ ପ୍ରକୃତ ମୃତ୍ୟୁ ଏହାଠାରୁ ଅଧିକ ବୋଲି ଜିଲା ଶିଶୁ କଲ୍ୟାଣ କମିଟି ଅଧ୍ୟକ୍ଷ ତଥା ଆଇନଜୀବୀ ଦୀପକ ତିଓ୍ବାରୀ କହିଛନ୍ତି। ସେ ପୂର୍ବରୁ ଦମୋହ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଅନ୍ୟ କେତେଜଣ ରୋଗୀଙ୍କ ଅଭିଯୋଗ ପରେ ଡାକ୍ତର ଜଣକ ନକଲି ବୋଲି ଜଣାପଡ଼ିଥିଲା।

You might also like