ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିଲା ଦାଦାସାହେବ ଫାଲକେ ସମ୍ମାନ

୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସେରେମନି ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ହେଉଛି। ଏହି କାର୍ଯ୍ୟକ୍ରମରେ ବହୁ ଶ୍ରେଷ୍ଠ ଚଳଚ୍ଚିତ୍ର ଏବଂ ଅଭିନେତାଙ୍କୁ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯଇଛି । ଏହି ପୁରସ୍କାର ବିଜେତାମାନଙ୍କ ତାଲିକା ପୂର୍ବରୁ ପ୍ରକାଶ ପାଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ଶ୍ରେଷ୍ଠ ଚଳଚ୍ଚିତ୍ର ଏବଂ ଅଭିନେତାଙ୍କୁ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯିବ। ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଛି । ସେହିପରି କନ୍ନଡ ସୁପରଷ୍ଟାର ତଥା ନିର୍ଦ୍ଦେଶକ ଋଷଭ ଶେଟ୍ଟୀଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଛି । ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି ନିତ୍ୟା ମେନେନ ଏବଂ ମାନସୀ ପାରେଖ। ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ‘ଆଟ୍ଟମ’ ଶ୍ରେଷ୍ଠ ଫିଚର୍ସ ଚଳଚ୍ଚିତ୍ର ପୁରସ୍କାର ପାଇଛି। ‘ଓଁଚାଇ’ ପାଇଁ ସୁରଜ ବଡଜାତ୍ୟାଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ କରିଥିବାବେଳେ ସମାନ ଚଳଚ୍ଚିତ୍ର ପାଇଁ ନୀନା ଗୁପ୍ତାଙ୍କୁ ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ‘ଫୌଜ’ରେ ତାଙ୍କ ଭୂମିକା ପାଇଁ ପୱନ ମଲହୋତ୍ରାଙ୍କୁ ଶ୍ରେଷ୍ଠ ସହାୟକ ଅଭିନେତା ପୁରସ୍କାର ମିଳିଥିଲା।