ଖଣି ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ କଡ଼ା ଆଭିମୁଖ୍ୟ।
ଖଣି ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ କଡ଼ା ଆଭିମୁଖ୍ୟ। ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ଓ କୋଇଡ଼ା ତହସିଲରେ ହୋଇଥିବା ବ୍ୟାପକ ବେଆଇନ୍ ଖଣି ଉତ୍ତୋଳନ ଓ କାରବାରର ତଦନ୍ତ ଭିଜିଲାନ୍ସ ଦ୍ୱାରା କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିନିମନ୍ତେ ଭିଜିଲାନ୍ସ ପକ୍ଷରୁ ୮ ଜଣିଆ SIT ଗଠନ କରାଯାଇଛି।
ଭିଜିଲାନ୍ସ ଆଇଜି ସଞ୍ଜୟ କୌଶଲଙ୍କ ନେତୃତ୍ବରେ ଏସଆଇଟି ଗଠନ ହୋଇଛି। ସୁନ୍ଦରଗଡ଼ କୋଇଡା ହେମଗିରିରେ ବିଭିନ୍ନ ଖଣି ଦୁର୍ନୀତିର ଛାନଭିନ୍ ହେବ। ପ୍ରାଥମିକ ତଦନ୍ତରେ ୨ ଅଞ୍ଚଳରେ ଥିବା ଖଣି ସଂସ୍ଥାର କାଗଜପତ୍ର ଯାଞ୍ଚ ହେବ। ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ୱନ କରି ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ର ଏହି ଖଣି ଦୁର୍ନୀତିର ପର୍ଦ୍ଦାଫାସ କରିବା ପାଇଁ ଭିଜିଲାନସକୁ ନିର୍ଦ୍ଦେଶ ଦେଇଛନ୍ତି ।
