ପାରାଦୀପରେ ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ
ପାରାଦୀପ ବାଉରିଆପାଳନ୍ଦାରେ ଏକ ମାଲ୍ବାହୀ ଟ୍ରେନ୍ ଲାଇନ୍ଚ୍ୟୁତ୍ ହୋଇଛି । ଯାହାଫଳରେ ୧୭ଟି ବଗି ଟ୍ରାକ୍ରୁ ଖସିଯାଇଛି ।ଗୋଟିଏ ବଗି ଟ୍ରାକ୍ ବାହାରକୁ ଓଲଟି ପଡିଥିବାବେଳେ ଅନ୍ୟଟି ଟ୍ରାକରୁ ଖସିପଡିଛି। ପାରାଦୀପ ବନ୍ଦରାଞ୍ଚଳକୁ ବଗି ଗୁଡିକ ନେବାବେଳେ ଏଭଳି ଅଘଟଣ ଘଟିଛି। ତେବେ ତୁରନ୍ତ ରେଳବାହୀ କର୍ମଚାରୀ ପହଞ୍ଚି ଟ୍ରାକ୍ ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି।
ସେପଟେ ଟ୍ରେନ୍ ଦୁର୍ଘଟଣା ସଂପର୍କରେ ଖବର ପାଇ ରେଳବାଇର ବରିଷ୍ଠ ଅଧିକାରୀମାନେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି । ମାଲବାହୀ ଟ୍ରେନ୍ଟି କିପରି ଟ୍ରାକ୍ରୁ ଖସିଲା । ସେନେଇ ତଦନ୍ତ ଆରମ୍ଭ କରିଛି ରେଳବାଇ ବିଭାଗ ।
