ଏଟିଏମ୍ ଟ୍ରାଞ୍ଜାକ୍ସନ ଫି ଆଉ ଏହାର ଫ୍ରି ୟୁଜ୍ ନିୟମରେ ପରିବର୍ତ୍ତନ କଲା SBI

ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ନିଜର ଏଟିଏମ୍ ଟ୍ରାଞ୍ଜାକ୍ସନ ଫି ଆଉ ଏହାର ଫ୍ରି ୟୁଜ୍ ନିୟମରେ ପରିବର୍ତ୍ତନ କରିବାକୁ ଯାଉଛି । ପୂର୍ବରୁ ଏସବିଆଇରୁ ଅତିରିକ୍ତ କାରବାର ପାଇଁ ୨୧ ଟଙ୍କା ସହିତ ଜିଏସଟି ଚାର୍ଜ କରୁଥିଲା । କିନ୍ତୁ ନିୟମ ପରିବର୍ତ୍ତନ କରିବା ପରେ, ଯଦି ଆପଣ ଅନ୍ୟ ବ୍ୟାଙ୍କର ଏଟିଏମରୁ ସର୍ବାଧିକ ଟ୍ରାଞ୍ଜାକ୍ସନ ସୀମା ଅତିକ୍ରମ କରନ୍ତି, ତେବେ ଆପଣଙ୍କୁ ଅଧିକ ଚାର୍ଜ ଦେବାକୁ ପଡିବ ।ସମସ୍ତ ଗ୍ରାହକଙ୍କୁ ୧୦ଟି ଫ୍ରୀ ଟ୍ରାଞ୍ଜାକ୍ସନ ଏବଂ ଅନ୍ୟ ବ୍ୟାଙ୍କ ଏଟିଏମରେ ୫ ଫ୍ରୀ ଟ୍ରାଞ୍ଜାକ୍ସନ କରିବାର ଅଧିକାର ଦିଆଯାଇଛି।ଯଦି ଏହି ଲିମିଟ୍ କ୍ରସ୍ ହୁଏ, ତେବେ ଏଥିପାଇଁ ଗ୍ରାହକଙ୍କୁ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଦେବାକୁ ପଡିବ ।ଯଦି ଆପଣଙ୍କ ଏସବିଆଇ ଆକାଉଣ୍ଟରେ ହାରାହାରି ମାସିକ ରାଶି (AMB) ୨୫ରୁ ୫୦ ହଜାର ଭିତରେ ରହୁଛି, ତେବେ ଆପଣଙ୍କୁ ଅତିରିକ୍ତ ୫ଟି ଅଧିକ ଟ୍ରାଞ୍ଜାକ୍ସନ ମିଳିବ ।

ସେହିପରି ଯେଉଁ ଗ୍ରାହକମାନଙ୍କର ହାରାହାରି ମାସିକ ରାଶି ୫୦ ହଜାରରୁ ଲକ୍ଷେ ଟଙ୍କା ଭିତରେ ରହିଛି, ସେମାନଙ୍କୁ ଆଉ ୫ଟି ଅତିରିକ୍ତ କାରବାର କରିବାର ସୁଯୋଗ ମିଳିବ । ତା ସହିତ ଯେଉଁ ଏସବିଆଇ ୟୁଜର୍ସଙ୍କ ହାରାହାରି ମାସିକ ରାଶି ଲକ୍ଷେ ଟଙ୍କାରୁ ଅଧିକ ସେମାନେ ଅନଲିମିଟେଡ୍ ଫ୍ରି ଟ୍ରାଞ୍ଜାକ୍ସନର ସୁବିଧା ଉଠାଇପାରିବେ । ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଏହି ନୂଆ ନିୟମ ଆସନ୍ତା ମେ ମାସ ୧ ତାରିଖରୁ ଲାଗୁ ହେବାକୁ ଯାଉଛି । ଯାହାକି ଏସବିଆଇର ପ୍ରତ୍ୟେକ ଆକାଉଣ୍ଟଧାରୀ ଜାଣି ରଖିବା ଉଚିତ୍ ।

You might also like