ଆମେରିକା ରାଷ୍ଟ୍ରପତିଙ୍କ ଦାବିକୁ କେନ୍ଦ୍ର ସରକାରଙ୍କ ଖଣ୍ଡନ

ଜମ୍ମୁ-କାଶ୍ମୀର ସହିତ ଜଡ଼ିତ ଯେକୌଣସି ପ୍ରସଙ୍ଗ ଦ୍ୱିପାକ୍ଷିକ। କାଶ୍ମୀରକୁ ନେଇ ମଧ୍ୟସ୍ତତା କରାଯିବ ନାହିଁ। ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)କୁ ପାକିସ୍ତାନ ଖାଲିକରୁ। କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ତତାକୁ ଭାରତ ଗ୍ରହଣ କରିବ ନାହିଁ। ଆମର ଏକ ଦୀର୍ଘକାଳୀନ ନୀତି ଅଛି। ସେହି ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ରଣଧୀର ଜୟସ୍ୱାଲ ପ୍ରକାଶ କରିଛନ୍ତି। ପିଓକେ ଭାରତର, ତୁରନ୍ତ ଖାଲିକରୁ ପାକିସ୍ତାନ। ବାକି ଥିବା ବିଷୟ ହେଉଛି ପାକିସ୍ତାନ ଦ୍ୱାରା ଅବୈଧ ଭାବରେ ଅଧିକୃତ ଭାରତୀୟ ଅଞ୍ଚଳକୁ ମୁକ୍ତ କରିବା। ପାକିସ୍ତାନକୁ ଗୁଳିର ଜବାବ ଗୁଳିରେ ଦିଆଯିବ ବୋଲି କହିଛନ୍ତି।ଟ୍ରମ୍ପଙ୍କ ଦାବିରେ କୌଣସି ସତ୍ୟତା ନାହିଁ ଓ ଅସ୍ତ୍ରବିରତି ଆଲୋଚନାରେ ବାଣିଜ୍ୟକୁ ନେଇ କୌଣସି ଚର୍ଚ୍ଚା କରାଯାଇନଥିବା ବୈଦେଶିକ ମନ୍ତ୍ରାଳୟ ସ୍ପଷ୍ଟ କରିଛି ।

ଗତକାଲି ଟ୍ରମ୍ପଙ୍କ ଏକ ବୟାନ ତୁମ୍ବିତୋଫାନ ସୃଷ୍ଟି କରିଥିଲା । ଯାହାକୁ ନେଇ ସରକାରଙ୍କୁ କଂଗ୍ରେସ ପ୍ରଶ୍ନ କରିଥିଲା । ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହେବା ପରଠୁ ଆମେରିକା ସହ ବାଣିଜ୍ୟ କାରବାର କରୁଥିବା ଅଧିକାଂଶ ଦେଶ ଉପରେ ଆମେରିକା ପାଲଟା ଶୁଳ୍କ ଲଗାଇଛି । ଏଥିରେ ଭାରତ ମଧ୍ୟ ବାଦ ପଡିନି । ଭାରତ-ପାକିସ୍ତାନ ଉତ୍ତେଜନା ଓ ଯୁଦ୍ଧ ସ୍ଥିତିରୁ ଫାଇଦା ଉଠାଇବା ପାଇଁ ଟ୍ରମ୍ପ କୌଣସି ସୁଯୋଗ ହାତ ଛଡା କରୁନଥିଲେ । ଏପରିକି ଯୁଦ୍ଧ ବିରତି ନକଲେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ଛିନ୍ନ କରିବାକୁ ଟ୍ରମ୍ପ ଧମକ ଦେଇଥିଲେ ବୋଲି ଦାବି କରିଥିଲେ ।

You might also like