ବ୍ରହ୍ମପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ନକଲି ଡାକ୍ତର ସମେତ ତିନି ଜଣ ଗିରଫ
ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାକୁ ନେଇ ହଟଚମଟ ଲାଗିରହିଥିବାବେଳେ ପୁଣି ବ୍ରହ୍ମପୁରରୁ ଆସିଛି ଆଉ ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ନାବାଳିକା ଜଣକ ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଛନ୍ତି । । କୋର୍ଟପେଟା ଛକରେ ଆରୋଗ୍ୟଧାମ ନାମକ ଏକ କ୍ଲିନିକ ଖୋଲି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ପୂର୍ବ ଯୋଜନା ମୁତାବକ ଅଭିଯୁକ୍ତ ଆପାର୍ଟମେଣ୍ଟରେ ଥିବା ତାର କ୍ଲିନିକକୁ ପୀଡିତାଙ୍କୁ ଡାକି ସେଠାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।ମାଗଣାରେ ରହିବା ସହ ଶିକ୍ଷା ପାଇଁ ଅଭିଯୁକ୍ତକୁ ଭେଟିଥିଲେ ପୀଡ଼ିତା । ଉଭୟଙ୍କ ଡାକ୍ତରୀ ମାଇନା ସରିଛି । କ୍ଲିନିକର ମାଲିକ ଭବାନୀ ଶଙ୍କର ଦାସ ଓ ଦୁଇ ମହିଳା ସହଯୋଗୀ ପ୍ରିୟଙ୍କା ସାହୁ ଓ ଜଣେ ବୟସ୍କା ମହିଳାଙ୍କୁ ପୋଲିସ ଗିରଫ କରିଛି । ଆହୁରି ମଧ୍ୟ ତଦନ୍ତରୁ ଜଣାପଡ଼ିଛି ଯେ, ଭବାନୀଙ୍କ ହୋମିଓପାଥିକ ଡାକ୍ତର ସାର୍ଟିଫିକେଟ ନକଲି। ଘଟଣାରେ ଅଧିକ ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି।
