ପ୍ରତିଭା ସମ୍ନାନ ଓ ସମ୍ବର୍ଦ୍ଧନା ଉତ୍ସବ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା
ଗଣିଆ -( ବିଶ୍ୱରଂଜନ ସେଠି) ବୁଧବାର ଦିନ ଗଣିଆ ବ୍ଲକ ସ୍ଥିତ ପିଏମଶ୍ରୀ କିଷାନ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ଚଳିତ ବର୍ଷ ମେଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରତିଭା ସମ୍ନାନ ଓ ସମ୍ବର୍ଦ୍ଧିତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନିହାରବାଳା ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାଯ୍ୟକ୍ରମରେରେ ମୁଖ୍ୟ ଅତିଥି ଭାବେ ତହସିଲଦାର ପ୍ରୀତିବାଳା ରଣା ଯୋଗ ଦେଇଥିବା ବେଳେ ସାମ୍ନାନୀତ ଅତିଥିଭାବେ ବ୍ଲକ ଶିକ୍ଷା ଅଧିକାରୀ ରବୀନ୍ଦ୍ରନାଥ ରାଉତରାୟ ଏବିଓ ବିନୋଦିନୀ ପଣ୍ଡା, ଗଣିଆ ସରପଞ୍ଚ ଗିରିଧାରୀ ସେଠି, ସମିତିସଭ୍ୟ ଫକୀର ମୋହନ ଡାକୁଆ।, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସମୀର କୁମାର ସାହୁ , ଶିକ୍ଷକ ମହେଶ୍ୱର ମାଝୀ, ପବିତ୍ର କୁମାର ବେହେରା ମଞ୍ଚାସିନ ଥିଲେ ।ଏହି ଅବସରରେ ଗ୍ରାମାଞ୍ଚଳରେ ବହୁ ଅଭାବ ଅସୁବିଧା ଭିତରେ ଗତି କରି ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କର ଅନେକ ଦାୟିତ୍ୱ ରହିଛି।

ସବୁ ଯୋଜନାର ସୁଫଳ ସେମାନଙ୍କ ପାଖରେ ପହଁଚି ପାରିଲେ ହିଁ ତାଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶ ସମ୍ଭବ। ପ୍ରତିଭା ସମ୍ବର୍ଦ୍ଧନା କାଯ୍ୟକ୍ରମ ଦ୍ୱାରା ଗରିବ ମେଧାବୀ ଛାତ୍ରଛାତ୍ରମାନେ ପ୍ରେରଣା ଲାଭ କରି ଅସାଧ୍ୟ ସାଧନ କରିପାରିବେ ବୋଲି ଆଶା ବକ୍ତ୍ୟ କରିଥିଲେ। ମେଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ସନ୍ଦୀପ କୁମାର ସାହୁ, ସ୍ନେହା ଦାସ, ଦେବାଶିଷ ଦାସ, ଅଭିନାଶ ପ୍ରିୟ ରଞ୍ଜନ, ବୁଢାଦିତ୍ୟ ବାରିକ , ସୁଜିତ ସାହୁ, ପୂଣ୍ଣିତ ପଲଭନ, ସ୍ମୃତି ରଞ୍ଜନ ବେହେରା , ସୋମ୍ୟରଞ୍ଜନ ସାହୁ ସୁଜିତ ସାହୁଙ୍କୁ ନଗଦ ଟଙ୍କା ସହିତ ମାନପତ୍ର ଓ ଶିକ୍ଷଣ ସାମଗ୍ରୀ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥି ମାନେ ଯୋଗଦେଇ ମେଧାବୀ ଛାତ୍ରଛାତ୍ରୀ ମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ। ଶିକ୍ଷା ସ୍ୱାସ୍ଥ୍ୟ ଓ ପରିବେଶ ଉପରେ ବିଶେଷ ଗୁରୁତ୍ୱ ଦେବାକୁ ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ଉପଦେଶ ଦେଇଥିଲେ । ବିଦ୍ୟାଳୟର ଶିକ୍ଷୟତ୍ରୀ ଶସ୍ମିତା ମଣ୍ଡଳ ଓ ଶିକ୍ଷକ ପବିତ୍ର ବେହେରା ମଞ୍ଚ ପରିଚାଳନା କରିଥିଲେ ।
