ଗଣିଆ-ଦଶପଲ୍ଲା ରାଜ୍ୟରାଜ ରାସ୍ତାରେ ଗାତ, ବଢୁଛି ଦୁର୍ଘଟଣା

ଗଣିଆ,(ବିଶ୍ୱରଂଜନ ସେଠି.) ନୟାଗଡ଼ ଜିଲା ଗଣିଆ ବ୍ଲକର ଗଣିଆ ମୁଖ୍ୟରାସ୍ତାରୁ ଦଶପଲ୍ଲାକୁ ସଂଯୋଗ କରୁଥିବା ରାସ୍ତାର କରଡ଼ାପଡା ଗ୍ରାମର ମୁଖ୍ୟ ବଜାର ନିକଟର ମୁଖ୍ୟ ରାସ୍ତା ଶୋଚନୀୟ। ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିବା ରାସ୍ତା ଉପରେ ବିଭାଗୀୟ ଅଧିକାରୀଙ୍କ ତଦାରଖ ଅଭାବରୁ ସାଧାରଣ ଜନତା ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଗଣିଆ – ଦଶପଲ୍ଲା, ବୌଦ୍ଧ, ଫୁଲବାଣୀ ବଲାଙ୍ଗୀରି କଟକ ଭୁବନେଶ୍ୱର ଯିବାକୁ ଏଇ ରାସ୍ତାରେ ଯିବାକୁ ପଡେ କିନ୍ତୁ ବିଭାଗୀୟ ଅଧିକାରୀଙ୍କ ପାଇଁ ବିଭିନ୍ନ ସ୍ଥାନରେ ରାସ୍ତାଘାଟ ବିପର୍ଯ୍ୟସ୍ତ ହୋଇଥିବା ନେଇ ଖବର ପ୍ରକାଶ ପରେ ଏହାର ମରାମତି ଉପରେ ପ୍ରଶାସନ ଗୁରୁତ୍ୱ ଦେଉନାହାନ୍ତି ମରାମତି କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଏଇ ରାସ୍ତାର ସମସ୍ୟା ଉପରେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇନାହାନ୍ତି। କରଡ଼ପଡା ମୁଖ୍ୟରାସ୍ତାର ଅଳ୍ପ ଦୂରରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହେବା ମାଛୁଆ ନିକଟର ମଧ୍ୟ ବିପର୍ଯ୍ୟସ୍ତ ହୋଇପଡିଛି ରାସ୍ତା। ଲଗାତର ଦୁର୍ଘଟଣା ଘଟି ଅନେକ ଜୀବନ ନଷ୍ଟ ହେଉଛି। କିନ୍ତୁ ପ୍ରଶାସନ ଗଣମାଧ୍ୟମର ଅଭିଯୋଗକୁ ଗୁରୁତ୍ୱ ଦେଉନାହିଁ।
ଏହି ମୁଖ୍ୟରାସ୍ତା ଉପରେ ପ୍ରତ୍ୟେକ ସମୟରେ ଜନଗହଳି ସହ ଯାନବାହନ ଚଳାଚଳ କରୁଛି। ରାସ୍ତାଘାଟରେ ମଝି ମଝିରେ ଗର୍ତ୍ତ ସୃଷ୍ଟି ଯୋଗୁ ଦୁର୍ଘଟଣା ବଢିବାରେ ଲାଗିଛି। କିଛି ମାସ ପୂର୍ବେ ଗାତଗୁଡିକରେ ମେଟାଲ ପକାଇ ଚୁପ୍‌ ରହିଥିବା ପୂର୍ତ୍ତ ବିଭାଗ ବର୍ତ୍ତମାନ ଘଟଣାସ୍ଥଳରେ ତଦାରଖ କରିବାର ଆବଶ୍ୟକତା ରହିଛି। ଜିଲା ପ୍ରଶାସନ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

You might also like