ରଥଯାତ୍ରା ସମୟରେ ଆବଶ୍ୟକ ସହାୟତା ପାଇଁ ଫୋନ ନମ୍ବର ଜାରି

ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର | ରଥଯାତ୍ରାକୁ ଅତି ସୁରୁକ୍ଷୁରୁରେ ସମ୍ପାଦନ କରିବାକୁ ତତ୍ପର ହୋଇ ଉଠିଛି ପ୍ରଶାସନ। ସୁରକ୍ଷା ବଳୟ ଭିତରେ ରହିଛି ପୁରୀ ସହର। ଜଲ, ସ୍ଥଳ ଓ ଆକାଶ ମାର୍ଗରୁ ନଜର ରଖାଯାଇଛି।ଟ୍ରାଫିକ୍ ବ୍ୟବସ୍ଥା ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଆସନ୍ତାକାଲି ରଥଯାତ୍ରା ଥିବାରୁ ପୁରୀ ସହରକୁ AI ନଜରରେ ରଖାଯାଇଛି। ପୁରୀ ସହରର ୨୭୫ଟି ସ୍ଥାନରେ ଲାଗିଛି CCTV। ଟ୍ରାଫିକ୍ ରୁଟ୍ ମଧ୍ୟ ବଦଳିଛି। ଟ୍ରାଫିକ୍ ରୁଟ୍ ଭିଡ଼ିଓ ଜାରି କରିଛି ପୋଲିସ।ଆଜି ପୁରୀ ପୋଲସ ରଥଯାତ୍ରା ସମୟରେ ଆବଶ୍ୟକ ସହାୟତା ପାଇଁ ଫୋନ ନମ୍ବର ଜାରି କରିଛି । ରଥଯାତ୍ରା ୨୦୨୫ରେ ସମୟରେ ପ୍ରଭାବଶାଳୀ ସମନ୍ୱୟ ଏବଂ ବାସ୍ତବ ସମୟ ପ୍ରତିକ୍ରିୟା ସୁନିଶ୍ଚିତକରିବା ପାଇଁ ପୁରୀ ପୋଲିସ ସମର୍ପିର୍ତ ନିୟନ୍ତ୍ରଣ କକ୍ଷ ପ୍ରତିଷ୍ଠା କରିଛି ।

କୁମ୍ଭାରପଡ଼ା ଥାନାର ଟ୍ରାଫିକ୍ ପୋଲିସ ନିୟନ୍ତ୍ରଣ କକ୍ଷ – ୦୬୭୫୨-୨୩୨୫୫୧
ପୁରୀର ଟାଉନ୍ ପିଏସ୍‌ରେ ସମନ୍ୱିତ ପୋଲିସ କମାଣ୍ଡ ଏବଂ ନିୟନ୍ତ୍ରଣ କେନ୍ଦ୍ର – ୦୬୭୫୨-୨୫୨୫୬୦
ପୋଲିସ ନିୟନ୍ତ୍ରଣ ପ୍ରକୋଷ୍ଠ ପୁରୀ- ୧୮୦୦୩୪୫୭୫୯୧

ଏହି ନିୟନ୍ତ୍ରଣ କକ୍ଷଗୁଡ଼ିକ ପରିସ୍ଥିତି ଉପରେ ନଜର ରଖିବା, ଟ୍ରାଫିକ୍ ପ୍ରବାହ ପରିଚାଳନା କରିବା, ଜରୁରୀକାଳୀନ ପରିସ୍ଥିତିର ପ୍ରତିକ୍ରିୟା ଦେବା ଏବଂ ଭକ୍ତମାନଙ୍କୁ ଏକ ସୁଗମ ଏବଂ ସୁରକ୍ଷିତ ରଥଯାତ୍ରା ଅଭିଜ୍ଞତା ପାଇଁ ସହାୟତା କରିବା ପାଇଁ ୨୪ ଘଣ୍ଟା କାର୍ଯ୍ୟ କରିବ।

You might also like