ପରିବା ବଜାରରେ ମହଙ୍ଗା ମାଡ଼
ଲଗାଣ ବର୍ଷା ପାଇଁ ପ୍ରଭାବିତ ହୋଇଛି ପରିବା ବଜାର। ଆବଶ୍ୟକ ଅନୁସାରେ ପରିବା ଆସି ପାରୁନାହିଁ । ଆଉ ଯାହା ଆସୁଛି ସେସବୁ ପଚି ସଢି ଯାଉଛି। ଯାହା ଫଳରେ ଆକାଶ ଛୁଆଁ ହୋଇଛି ପନି ପରିବା ଦର। ବଜାରରେ ଏବେ ପୋଟଳ 70 ଟଙ୍କାକୁ ବାଇଗଣ 80 , ବିଲାତି 50କୁ କାଙ୍କଡ଼ 80 , ଜହ୍ନି 60 , କଖାରୁ 50 , କଲରା 80 ଟଙ୍କା ରହିଛି । କଟକରେ ବି ସମାନ ସ୍ଥିତି ଦେଖିବାକୁ ମିଳିଛି । ରାଜ୍ୟ ବାହାରର ପରିବା ଉପରେ ନିର୍ଭର କରୁଛନ୍ତି ବ୍ୟବସାୟୀ । ଫଳରେ କିଣା ଅଧିକ ଯୋଗୁ ବିକ୍ରୟ ମଧ୍ୟ ଅଧିକ ଟଙ୍କାରେ କରାଯାଉଛି । ଯେ ପର୍ଯ୍ୟନ୍ତ ନୂଆ ପରିବ ଅମଳ ନହୋଇଛି ସେ ପର୍ଯ୍ୟନ୍ତ ଦର ବୃଦ୍ଧି ପାଇବ ବୋଲି କହିଛନ୍ତି ଛତ୍ରବଜାର ବ୍ୟବସାୟୀ ସଂଘ ସଭାପତି।ଆନ୍ଧ୍ର, କୋଲକାତା, ରାଞ୍ଚି, ରାୟପୁର, ବାଙ୍ଗାଲୋର ଭଳି ଜାଗାରୁ ଆସୁଥିବା ପରିବା ବାଟରେ ପଚି ନଷ୍ଟ ହୋଇଯାଉଛି। କିଛି ପରିବା ଟ୍ରକ ବର୍ଷା ପାଇଁ ଆସି ପାରୁନାହିଁ। ଯଦି ବର୍ଷା ଲାଗି ରୁହେ । ଏବଂ ଆଗକୁ ଯଦି ପରିବା ଆସିବା ଆହୁରି କମିଯାଏ ତାହାଲେ ଓଡ଼ିଶା ପରିବା ବଜାରରେ କି ପରିସ୍ଥିତି ଉପୁଜିବ ତାହା ଚିନ୍ତାଜନକ ହୋଇପଡ଼ିଛି ।
