ରଥଯାତ୍ରା ପ୍ରସ୍ତୁତି ବୈଠକ ସମୟରେ ଟିପିସିଓଡିଏଲ ର ଅଧିକାରୀ ମାନେ ସରକାର ଙ୍କ ମନ୍ତ୍ରୀ ଓ ଜନସାଧାରଣ

ରଥଯାତ୍ରା ପ୍ରସ୍ତୁତି ବୈଠକ ସମୟରେ ଟିପିସିଓଡିଏଲ ର ଅଧିକାରୀ ମାନେ ସରକାର ଙ୍କ ମନ୍ତ୍ରୀ ଓ ଜନସାଧାରଣ ଆଗରେ କହିଲେ ଯେ ସବୁ ପ୍ରସ୍ତୁତି ସରିଛି,ବିଦ୍ୟୁତ ସରବରାହ ରେ କୌଣସି ଅସୁବିଧା ହେବ ନାହିଁ କିନ୍ତୁ ଏବେ ଏହାର ବିଚ୍ୟୁତି ଦେଖା ଯାଉଛି, କୋଉଠି ଲୋ ଭୋଲ୍ଟେଜ ର ସମସ୍ୟା ପ୍ରାୟ ଗଳି ରେ ଲାଇନ ଜାଳୁନି,ପୁରୀ ଅବକାଶ ଗଳି ର ମଙ୍ଗଳା ମଣ୍ଡପ ପାଖରେ ଅନ୍ଧାର, ମାର୍କେଣ୍ଡେଶ୍ୱର ସାହି ଛକ ଅନ୍ଧକାରମୟ, ଏମିତି ଅନେକ ଗତକାଲି କୁମ୍ଭାରପଡା ରେ ଲୋ ଭୋଲ୍ଟେଜ ର ସମସ୍ୟା… ସବୁଠୁ ବଡ଼ କଥା ଏନସିସି ବାଟାଲିୟନ ରେଳ ରାସ୍ତା ପୁରା ଅନ୍ଧାର, ଶ୍ରୀ ସେତୁ ତଳେ ଅନ୍ଧାର, ସେଠି ନିଶା କାରବାର ହଉଚି ଏସବୁ ସକାଶେ ଆପଣଙ୍କ ସଂସ୍ଥା ବଦନାମ ହେବା ସହ ପୁରୀ ବି ବଦନାମ ହେଉଛି ଓ ପୁରୀ ବାସି ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ସେ ପୁଣି ରଥଯାତ୍ରା ସମୟରେ।

ତେଣୁ ଏହାର ନିରାକାରଣ ହେବା ଦରକାର,ଆଗକୁ ସନ୍ଧ୍ୟା ଦର୍ଶନ, ବାହୁଡା଼ ଯାତ୍ରା, ସୁନାବେଶ, ନୀଳାଦ୍ରି ବିଜେ ଆଦି ପର୍ବ,ବିଜୁଳି ନ ରହିଲେ ବହୁତ ଅପରାଧ ହେଇପାରେ। ଯଦି କୌଣସି ଅସୁବିଧା ହେଉଛି ଆପଣ ଆପଣଙ୍କ ସଂସ୍ଥା ସହ ଯୋଗାଯୋଗ କରି ଏହାର ସମାଧାନ ବାହାର କରନ୍ତୁ। ପୁରୀ ରେ ଲୁଟେରା ସକ୍ରିୟ ଗଳି କାନ୍ଦି ରେ ଲାଇନ ନ ରହିଲେ ପ୍ରବଳ ଛିନତାଇ ହେବାର ଆଶଙ୍କା, ଅପରାଧ ରେ ଆପଣଙ୍କ ସମ୍ପୃକ୍ତି ଯୋଡିବାକୁ ଆମେ ବାଧ୍ୟ ହେବୁ ବୋଲି ପୁରୀ ଆପ ପକ୍ଷରୁ ଦାବି କରାଯାଉଇଛି। ତେଣୁ ସୁରକ୍ଷା ରେ କୌଣସି ସାଲିସ ଆମେ କରିବୁ ନାହିଁ ଏ ବିଷୟରେ ଆଜି ଅଧିକାରୀ ଙ୍କ ସହ ଆଲୋଚନା କରିଛନ୍ତି ପୁରୀ ଆପର ସଦସ୍ୟ।ଯଦି ଏହି ସମସ୍ୟା ର ସମାଧାନ ନ ହୁଏ ବିଜୁଳି ବିଭାଗ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବାକୁ ଆମକୁ ବେଶୀ ସମୟ ଲାଗିବ ନାହିଁ। ଆଜିର ଆଲୋଚନା ବେଳେ ଆପ ଜିଲ୍ଲା ସଭାପତି ସଂଜୀବ କୁମାର ମହାନ୍ତି, ରମେଶ ମହାନ୍ତି, ଦେବ ପ୍ରଧାନ, ରମାକାନ୍ତ ସ୍ୱାଇଁ ଉପସ୍ଥିତ ଥିଲେ।

You might also like