ଜୁଲାଇ ୧୪ରେ କଟକ ପ୍ରଧାନ ଡାକଘର ଅଧୀନସ୍ଥ ସମସ୍ତ ଡାକଘର ବନ୍ଦ
କଟକ ପ୍ରଧାନ ଡାକଘର (କଟକ ଜି.ପି.ଓ.) ଏବଂ ଏହା ଅଧୀନସ୍ଥ ସମସ୍ତ ଉପ ଡାକଘର ତଥା ଶାଖା ଡାକଘର ଆସନ୍ତା ୧୪ ତାରିଖରେ ବନ୍ଦ ରହିବ । ଏହି ଡାକଘରମାନଙ୍କରେ ଏକ ନୂତନ ସଫ୍ଟୱେର (IT 2.0) ର ପ୍ରଚଳନ ଆସନ୍ତା ଜୁଲାଇ ୧୫ ତାରିଖରେ ହେବାକୁ ଯାଉଛି । ଡାକ ଅଧିକ୍ଷକ କଟକ ନଗର ଡାକ ମଣ୍ଡଳ ପକ୍ଷରୁ ଏହି ସୂଚନା ଦିଆଯାଇଛି ।ତେବେ ଏହି ଅଞ୍ଚଳର ସମସ୍ତ ଗ୍ରାହକ ଓ ଜନସାଧାରଣ ଏଥିରେ ସହଯୋଗ କରିବାକ ଅନୁରୋଧ କରାଯାଇଛି ।
