ୱାକଫ୍ ବିଲ୍ ସପକ୍ଷରେ ଭୋଟ୍ ଦେଇଥିଲେ ୫ ବିଜେଡି ସାଂସଦ ।
ୱାକଫ୍ ବିଲ୍ ସପକ୍ଷରେ ଭୋଟ୍ ଦେଇଥିଲେ ୫ ବିଜେଡି ସାଂସଦ । ଗତ ଏପ୍ରିଲ୍ ମାସରେ ୱାକଫ୍ ବିଲ୍କୁ ନେଇ ବିଜେଡିରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିଲା । ବିଲ୍କୁ ବିରୋଧ କରିବ ବୋଲି ଆରମ୍ଭରୁ କହି ଆସୁଥିବା ବିଜେଡି ଶେଷ ମୁହୂର୍ତ୍ତରେ ପଲଟିଯାଇଥିଲା ।ବିଜେଡିର ମୋଟ ୭ ଜଣ ରାଜ୍ୟସଭା ସାଂସଦ ମଧ୍ୟରୁ ଦଳର ମତରେ ଦ୍ୱନ୍ଦ୍ୱ ଯୋଗୁଁ ମୁଜିବୁଲ୍ଲା ଖାନ ଓରଫ ମୁନ୍ନା ଖାନ୍ ବିଲ୍ ବିରୁଦ୍ଧରେ ଭୋଟ ଦେଇଥିଲେ ଏବଂ ଦେବାଶିଷ ସାମନ୍ତରାୟ ବିଲରୁ ବିରତ ରହିଥିଲେ । ଏହାବ୍ୟତୀତ ସସ୍ମିତ ପାତ୍ର, ସୁଲତା ଦେଓ, ଶୁଭାଶିଷ ଖୁଣ୍ଟିଆ, ମାନସ ରଞ୍ଜନ ମଙ୍ଗରାଜ ଏବଂ ନିରଞ୍ଜନ ବିଶି ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ସହିତ ଓ୍ବାକଫକୁ ସମର୍ଥନ ଜଣାଇ ଭୋଟ ଦେଇଥିଲେ ।ଚଳିତ ମାସ ୨୧ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବା ବେଳେ ଏହି ତଥ୍ୟ ପ୍ରକାଶ ପାଇଛି । ତେଣୁ ଏଥର ବିଜେଡିର ଆଭିମୁଖ୍ୟ କ’ଣ ରହିବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
