ଭୁବନେଶ୍ୱର ଫେରିଲେ ନବୀନ ପଟ୍ଟନାୟକ 

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶନିବାର ଓଡ଼ିଶା ଫେରିଛନ୍ତି। ମୁମ୍ବାଇର କୋକିଳା ବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଅସ୍ତ୍ରୋପଚାର ହେବା ପରେ ଆଜି ଭୁବନେଶ୍ବର ଫେରିଛନ୍ତି।ସ୍ୱାଗତ ପାଇଁ ବିଜେଡିର ନେତୃବୃନ୍ଦ ଓ କର୍ମୀ ଉପସ୍ଥିତ ଥିଲେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୨୨ ତାରିଖରେ ମୁମ୍ବାଇ ଯାଇଥିଲେ । ସର୍ଭାଇକାଲ ଆର୍ଥ୍ରାଇଟ୍ସ ଚିକିତ୍ସା ପାଇଁ ବିଜେଡି ମୁଖିଆ ମୁମ୍ବାଇ ଯାଇଥିଲେ । ତାଙ୍କ ଅନୁପସ୍ଥିତିରେ ଦଳ କେମିତି ଠିକ ଭାବେ ଚାଲିବ ସେନେଇ ବନ୍ଦୋବସ୍ତ ବି କରିଥିଲେ । ନିଜେ ନବୀନ ଏନେଇ ନୋଟିସ୍ ଜାରି କରିବା ସହ ତାଙ୍କ ଅନୁପସ୍ଥିତିରେ ଦଳର ରାଜନୈତିକ ବ୍ୟାପାର କମିଟି ସବୁକିଛି ବୁଝାବୁଝି କରିବ ବୋଲି କହିଥିଲେ ।

You might also like