ଅଧ୍ୟାପକ କରିଥିଲେ ଦୁର୍ବ୍ୟବହାର: ପେଟ୍ରୋଲ ଢାଳି ନିଜକୁ ଜାଳିଦେଲେ ଛାତ୍ରୀ
ଅଧ୍ୟାପକଙ୍କ ଦୁର୍ବ୍ୟବହାର ଅଭିଯୋଗରେ ଛାତ୍ରୀଙ୍କ ଜୀବନ ହାରିବା ଉଦ୍ୟମ । ଏଫଏମ ମହାବିଦ୍ୟାଳୟର ଗେଟ ସମ୍ମୁଖରେ ଅଭାବନୀୟ ଘଟଣା ଘଟିଛି । ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଜଣେ ଛାତ୍ରୀ ବି ଗୁରୁତର ଅଛନ୍ତି ।ଗୁରୁତର ଅବସ୍ଥାରେ ଉଭୟ ବାଲେଶ୍ବର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।ସୂଚନା ମୁତାବକ, ଛାତ୍ରୀଙ୍କୁ କଲେଜରେ ଜଣେ ଅଧ୍ୟାପକ ଦୁର୍ବ୍ୟବହାର କରିଥିଲେ। ଏହାକୁ ବିରୋଧ କରିବା ସହ କଲେଜ ଅଧ୍ୟକ୍ଷଙ୍କୁ ମଧ୍ୟ ଜଣାଇଥିଲେ । କିନ୍ତୁ ଅଧ୍ୟାପକଙ୍କ ବିରୋଧରେ କିଛି ପଦକ୍ଷେପ ନିଆଗଲାନାହିଁ । ଛାତ୍ରୀଙ୍କ ପାଇଁ ସ୍ଥିତି ଅସହ୍ୟ ହେବାରୁ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ଛାତ୍ରୀ । ଏହି ଘଟଣାରେ ଛାତ୍ରୀଙ୍କ ୯୦ ପ୍ରତିଶତ ଶରୀର ପୋଡ଼ିଯାଇଥିବା ଜଣାପଡ଼ିଛି ।
