ମୁଣ୍ଡଳୀ ବ୍ରିଜ ଉପରେ କାର ସହ ବାଇକ୍ ମୁହାମୁହିଁ ଧକ୍କା
ମୁଣ୍ଡଳୀ ବ୍ରିଜ ଉପରେ କାର ସହ ବାଇକ୍ ମୁହାମୁହିଁ ଧକ୍କା ହେବା ଫଳରେ ଦୁଇ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି । କଟକରୁ କାମ ସାରି ଘରକୁ ଫେରୁଥିବା ବେଳେ କାରଟି ସେମାନଙ୍କୁ ଧକ୍କା ଦେଇଥିଲା। ଦୁଇ ବାଇକ୍ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁଇ ଗୁରୁତର ଆହତ ଯୁବକଙ୍କ ଘର ଆଠଗଡ଼ ଥାନା ମେଘା ଗାଁରେ ବୋଲି ସୁଚନା ମିଳିଛି।
