ମାଆ ମହାଲକ୍ଷ୍ମୀଙ୍କ ବିଷୟରେ..

ଦେବ ଦାନବଙ୍କ ସମୁଦ୍ର ମନ୍ଥନ ବେଳେ ମହାଲକ୍ଷ୍ମୀ ବାହାରିଥିଲେ। ଲକ୍ଷ୍ୟ ଶବ୍ଦରୁ ଲକ୍ଷ୍ମୀ ନାମ ହୋଇଛି। ସମୁଦ୍ର ମନ୍ଥନର‌ ଲକ୍ଷ୍ଯ ଥିଲା ଲକ୍ଷ୍ମୀଙ୍କୁ ପାଇବା।ତାଙ୍କୁ ସାଗର ଦୁଲଣୀ, ସମୁଦ୍ର କନ୍ଯା,ବରୁଣ ଦୁହିତା ଆଦି କୁହାଯାଏ।ସେ ଭଗବାନ ବିଷ୍ଣଙ୍କୁ ବିବାହ କଲେ।ସେ ଭଗବାନ ବିଷ୍ଣୁଙ୍କର ଘରଣୀ।ସେ ରୁଚିମନ୍ତ ଓ ଶୁଚିମନ୍ତ ସ୍ଥାନରେ ବାସ କରନ୍ତି।ସେ ଶସ୍ୟ ଓ ସମୃଦ୍ଧିର ଦେବୀ। ମାର୍ଗଶିର ମାସ ଗୁରୁବାର ଦିନ ଧାନଭର୍ତ୍ତି ମାଣ ,ନୂଆ ଓ ପାଚିଲା ଧାନ ମେଣ୍ଟାକୁ ଖଟୁଲିରେ ରଖି ମହାଲକ୍ଷ୍ମୀଙ୍କ ପୂଜା କରାଯାଏ। ଲକ୍ଷ୍ମୀଙ୍କର ଅନେକ ନାମ ଅଛି। ତାଙ୍କୁ ଲକ୍ଷ୍ମୀ, ପଦ୍ମାଳୟା,ପଦ୍ମା,ପଦ୍ମପ୍ରିୟା,ପଦ୍ମମୁଖୀ ,ପଦ୍ମାକ୍ଷୀ,ପଦ୍ମହସ୍ତା, କମଳା,ଶ୍ରୀହରିପ୍ରିୟା, ବିଷ୍ଣୁପ୍ରିୟା, ଇନ୍ଦିରା,ଲୋକମାତା,ମା, କ୍ଷୀରାବ୍ଧିତନୟା,ରମା ଭାବରେ ଭକ୍ତ ମାନେ ଜାଣନ୍ତି।ସେ ନାରାୟଣଙ୍କ ସହିତ ପୂଜା ପାଉଛନ୍ତି। ଜଗନ୍ନାଥ ମନ୍ଦିର ପରିସରରେ ମହାଲକ୍ଷ୍ମୀଙ୍କର ଏକ ମନ୍ଦିର ଅଛି। ତାଙ୍କ ନାମରେ ଶ୍ରୀମନ୍ଦିର ହୋଇଛି। କେତେକ ସ୍ଥାନରେ ଲକ୍ଷ୍ମୀଙ୍କ ମନ୍ଦିର ଥିବା ବେଳେ ଆଉ କେତେକ ସ୍ଥାନରେ ଲକ୍ଷ୍ମୀ ନାରାୟଣ ପୂଜା ପାଉଛନ୍ତି। ଲକ୍ଷ୍ମୀଙ୍କର ବାହନ ପେଚା। କେତେକଙ୍କ ମତରେ ଲକ୍ଷ୍ମୀଙ୍କର ବାହନ ହାତୀ। ତାଙ୍କର ପୁତ୍ରଙ୍କର ନାମ କାମଦେବ। ଲକ୍ଷ୍ମୀ ଠାକୁରାଣୀଙ୍କର ଚାରି ହାତ ଧର୍ମ,ଅର୍ଥ,କାମ ଓ ମୋକ୍ଷର ପ୍ରତୀକ। ଚନ୍ଦ୍ର ଲକ୍ଷ୍ମୀ ଙ୍କର ଭାଇ। ତେଣୁ ଆମେ ଜହ୍ନମାମୁଁ କହୁ। ଓଡ଼ିଶାର ଘରେ ଘରେ ମାର୍ଗଶୀର ମାସ ଗୁରୁବାର ଦିନ ମାଣବସା ପୂଜା ହୁଏ। ଏହା ଲକ୍ଷ୍ମୀଙ୍କର ସବୁଠାରୁ ପ୍ରିୟ।ଯେ କୈାଣସି ମାସ ଗୁରୁବାର ଦିନ ଶୁକ୍ଳ ଦଶମୀ ତିଥି ପଡ଼ିଲେ ସୁଦଶା ବ୍ରତ ପାଳନ କରାଯାଏ।ଓଡିଶା ଓ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଲୋକମାନେ ଲକ୍ଷ୍ମୀ ପୁରାଣର ବହୁତ ଆଦର କରନ୍ତି।ପଞ୍ଚସଖା ନଗର, ଡୁମୁଡୁମା, ଭୁବନେଶ୍ବର।

You might also like