ଆଜି ପୁଲିସ ନିକଟରେ ହାଜର ହେଲେ ଅଭିନେତା ଅଲ୍ଲୁ ଅର୍ଜୁନ
ପୁଷ୍ପା ୨ ଫିଲ୍ମର ଅଭିନେତା ତଥା ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ମଙ୍ଗଳବାର ସନ୍ଧ୍ୟା ଥିଏଟର ବାହାରେ ଘଟିଥିବା ଦଳଚକଟା ମାମଲାରେ ହାଇଦ୍ରାବାଦ ପୋଲିସ ସାମ୍ନାରେ ହାଜର ହୋଇଛନ୍ତି। ପୋଲିସ ଅଧିକାରୀ ଅଲ୍ଲୁଙ୍କୁ ୪ ଘଣ୍ଟା ପଚରା ଉଚୁରା କରିଛି। ଅର୍ଜୁନଙ୍କୁ ଚଳିତ ମାସ ୧୩ ତାରିଖରେ ଗିରଫ କରାଯାଇ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତରେ ରଖାଯାଇଥିଲା। ତେବେ ତେଲେଙ୍ଗାନା ହାଇକୋର୍ଟ ତାଙ୍କୁ ସେହିଦିନ ୪ ସପ୍ତାହର ମଧ୍ୟବର୍ତ୍ତିକାଳୀନ ଜାମିନ ପ୍ରଦାନ କରିଥିଲେ।ସୂଚନା ଅନୁ୍ଯାୟୀ, ପୋଲିସ ଅଭିନେତାଙ୍କୁ ୧୨ ପ୍ରଶ୍ନ କରିଛନ୍ତି। ପଚରାଉଚୁରା ପରେ ବି ଅଲ୍ଲୁଙ୍କ ମୁସ୍କିଲ କମି ନ ଥିବା ପୋଲିସ ସୂତ୍ରରୁ ପ୍ରକାଶ। ତେବେ ପୋଲିସ ମାମଲାରେ ତାଙ୍କର ଜଣେ ବାଉନ୍ସରଙ୍କୁ ଗିରଫ କରିଛି।
