ନାୟିକା ବାସନ୍ତୀ ଅପା ପାଇଁ ସହାୟତାର ହାତ ବଢାଇଛନ୍ତି ହରିହର

ସହାୟତାର ହାତ ବଢାଇଲେ ହରିହର । ଅସହାୟ କଳାକାରଙ୍କୁ କଲେ ସାହାଯ୍ୟ । ଦିନେ ଅନ୍ନପୂର୍ଣା ଥିଏଟରରେ ନାୟିକା ଭୂମିକାରେ ଅଭିନୟ କରୁଥିବା ସାଗରବାଳା ପଟନାୟକ ଓରଫ ବାସନ୍ତି ଅପା ଆଜି ଏକ ଚା’ ଦୋକାନ କରି ନିଜ ପରିବାର ଗୁଜୁରାଣ ମେଣ୍ଟାଉଛନ୍ତି । କିନ୍ତୁ ଅରିକ୍ଷିତକୁ ଦଇବ ସାହା ହେଲା ଭଳି ବାସନ୍ତୀ ଅପାଙ୍କ ଏ ଅସମୟରେ ତାଙ୍କୁ ସହାୟତାର ହାତ ବଢାଇଛନ୍ତି କମେଡି କ୍ଲବର ବିଶିଷ୍ଟ ଚଳଚିତ୍ର ହାସ୍ୟଅଭିନେତା ହରିଭାଇ । ୧୯୬୫ ମସିହାରେ କଟକର ଅନ୍ନପୂର୍ଣା ଗ୍ରୁପରେ ଯୋଗଦେଇଥିଲେ ବାସନ୍ତୀ ଅପା ।

୭୦ରୁ ୮୦ ଦଶକ ମଧ୍ୟରେ ପ୍ରାୟ ଏକ ହଜାରରୁ ଉର୍ଦ୍ଧ ଥିଏଟରରେ ଅଭିନୟ କରି ଦର୍ଶକମାନଙ୍କ ହୃଦୟରେ ଏକ ସ୍ବତନ୍ତ ସ୍ଥାନ ଅଧିକାର କରିଥିଲେ ସାଗରବାଳା ପଟନାୟକ ଓରଫ ବାସନ୍ତୀ ଅପା । ଓଡ଼ିଶା ତଥା ଓଡିଶା ବାହାରେ ବେଶ ସୁନାମ ଅର୍ଜନ କରିଥିଲେ । ହାସ୍ୟ ଅଭିନେତା ହରିହର ମହାପାତ୍ର ଅସହାୟ କଳାକାରଙ୍କ ଖବର ପାଇ ତାଙ୍କ ବାର୍ଦ୍ଧକ୍ୟ ଅବସ୍ଥାରେ ସାହା ହେବାକୁ ଜଗତସିଂହପୁର ଚାରି ପୋଲିଆ ମକରପୁର ଗାଁ ସ୍ଥିତ ବାସନ୍ତୀ ଅପାଙ୍କ ଚା’ ଦୋକାନରେ ପହଞ୍ଚିଥିଲେ ଏବଂ ତାଙ୍କ ଭଲମନ୍ଦ ବୁଝି ପୂଜ୍ୟପୂଜାର ଅଧିକାରୀ ଜଣେ ନାଟ୍ୟ କଳାକାରଙ୍କୁ ଆଗାମୀ ଦିନରେ ମାସିକ ୧୦୦୦ ଟଙ୍କା ଲେଖାଏଁ ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଆଉ ହରିହରଙ୍କ ଏ ସାହାଯ୍ୟ ପାଇ ବେଶ ଖୁସି ଅଛନ୍ତି ବାସନ୍ତୀ ଅପା

You might also like