ରାଣ୍ଡୀ ପୁଅ ଅନନ୍ତାଙ୍କୁ ନେଇ ବ୍ରିଭାନ୍ତିକରଣ ମନ୍ତବ୍ୟ ଘଟଣା ।କ୍ଷମା ମାଗିଲେ ଓଲିଉଡ ଅଭିନେତା ମନୋଜ ମିଶ୍ର ।
ବ୍ୟାସ କବି ଫକୀର ମୋହନ ସେନାପତିଙ୍କ କାଳଜୟୀ ଗଳ୍ପ ରାଣ୍ଡୀ ପୁଅ ଅନନ୍ତାଙ୍କୁ ନେଇ ବ୍ରିଭାନ୍ତିକରଣ ମନ୍ତବ୍ୟ ଘଟଣା । ବିଭିନ୍ନ ଆଡୁ ଚାପର ଶିକାର ହେବା ପରେ ଶେଷରେ କ୍ଷମାପ୍ରାର୍ଥନା କରିଛନ୍ତି ଓଲିଉଡ଼ ଅଭିନେତା ମନୋଜ ମିଶ୍ର । ରବିବାର ରାତିରେ ଏନେଇ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଭିଡ଼ିଓ ପୋଷ୍ଟ କରି ସେ କ୍ଷମା ମାଗିଛନ୍ତି । ସୂଚନାମୁତାବକ ବ୍ୟାସକବି ଫକୀର ମୋହନ ସେନାପତିଙ୍କୁ ଆକ୍ଷେପ କରି ଅଭିନେତା ମନୋଜ ମିଶ୍ର ଦେଇଥିବା ମନ୍ତବ୍ୟକୁ ସବୁଆଡ଼େ ନିନ୍ଦା କରାଯାଇଥିଲା ।
ବାଲେଶ୍ଵରର ସାହିତ୍ୟିକମାନେ କହିଛନ୍ତି, ଓଡ଼ିଆ ଭାଷା, ସାହିତ୍ୟ ପାଇଁ ଜୀବନବ୍ୟାପି ସଂଗ୍ରାମ କରିଥିବା ବ୍ୟାସକବିଙ୍କୁ ସଠିକ୍ ଭାବେ ଜାଣି ନାହାନ୍ତି ମନୋଜ । ଫକୀର ମୋହନଙ୍କର କାଳଜୟୀ ଉପନ୍ୟାସକୁ ନ ପଢି କେଉଁଠୁ ଶୁଣି ସାହିତ୍ୟ ସ୍ରଷ୍ଟାଙ୍କ ବିରୁଦ୍ଧରେ ମନ୍ତବ୍ୟ ଦେବା ଏକ ଅର୍ଦ୍ଧ ପାଗଳର ବିଳାପ। କଲିକତାରୁ ଶଗଡ଼ରେ ପ୍ରିଣ୍ଟଂ ମେସିନ୍ ଆଣି ଓଡ଼ିଆ ଭାଷା ଛାପିଥିଲେ ବ୍ୟାସକବି। ତାଙ୍କୁ କପି କହିବା ଅର୍ଥ, ଓଡ଼ିଆ ଭାଷା, ସାହିତ୍ୟ ଓ ଜାତିକୁ ଉପହାସ କରିବା। ତୁରନ୍ତ ଓଡ଼ିଶାବାସୀଙ୍କ ନିକଟରେ ମନୋଜ ନିସର୍ତ୍ତ କ୍ଷମା କରିବାକୁ ଦାବି କରାଯାଇଥିଲା ।