ଭାରତୀୟ ରେଳବାଇ ପକ୍ଷରୁ ଟିକଟେ୍ ବୁକିଂର ନିୟମ ପରିର୍ବତ୍ତନ କରାଯାଇଛି । 

ଭାରତୀୟ ରେଳବାଇ ପକ୍ଷରୁ ଟିକଟେ୍ ବୁକିଂର ନିୟମ ପରିର୍ବତ୍ତନ କରାଯାଇଛି । ବର୍ତ୍ତମାନ ୧୨୦ ଦିନ ପରିବର୍ତ୍ତେ ଲୋକେ ୬୦ ଦିନ ପୂର୍ବରୁ ଟିକେଟ ବୁକିଂ କରିପାରିବେ । ଏହି ନିୟମ ନଭେମ୍ବର ୧ ତାରିଖରୁ ଲାଗୁ ହେବ । ବିଦେଶୀ ପର୍ଯ୍ୟଟକ ବର୍ଷେ ପୂର୍ବରୁ କରିପାରିବେ ଟିକେଟ ବୁକିଂ ।ବର୍ତ୍ତମାନ ର୍ପଯ୍ୟନ୍ତ ଲୋକମାନେ ୧୨୦ ଦିନ ପୂର୍ବରୁ ଟିକେଟ ବୁକ୍ କରିବାର ସୁଯୋଗ ପାଇଥିଲେ । ଏହାଦ୍ବାରା ଟିକଟେ ବୁକିଂ ସମୟରେ କୌଣସି ସମସ୍ୟା ଦେଖାଯାଉ ନଥିଲା । ଆଗୁଆ ଟିକଟେ କରି ଶାନ୍ତିରେ ରହୁଥିଲେ ଯାତ୍ରୀ । କିନ୍ତୁ ୬୦ ଦିନ ସମୟ ସୀମା ହେତୁ ହଠାତ୍ ବୁକିଂ ପାଇଁ ତତ୍ପରତା ଦେଖାଦେଇପାରେ । ୱେଟିଂ ଟିକେଟ ପାଇଁ କନଫର୍ମ ହେବାର ସମ୍ଭାବନା ମଧ୍ୟ କମ୍ ରହିବ ।ଏହି ନୂତନ ନିୟମ ୨୦୨୪ ନଭେମ୍ବର ୧ ରୁ ଲାଗୁ ହେବ ବୋଲି ଭାରତୀୟ ରେଲୱେ କହିଛି। ଚିଠିରେ ଲେଖାଅଛି, “୦୧.୧୧.୨୦୨୪ ରୁ, ଏଆରପି ୬୦ ଦିନ ହେବ (ଯାତ୍ରା ଦିନକୁ ବାଦ ଦେଇ) ଏବଂ ସେହି ଅନୁଯାୟୀ ବୁକିଂ କରାଯିବ। ୬୦ ଦିନର ଏଆରପି ବାହାରେ କରାଯାଇଥିବା ବୁକିଂ ବାତିଲକୁ ଅନୁମତି ଦିଆଯିବ।