ଟୁଇନ ସିଟିକୁ ଜଗିବ ଏଆଇ କ୍ୟାମେରା। 

ଟ୍ବିନ୍ ସିଟି ଜଗିବ ଏଆଇ କ୍ୟାମେରା । ଟ୍ବିନ୍ ସିଟି କଟକ ଏବଂ ଭୁବନେଶ୍ବରରେ ଏଆଇ କ୍ୟାମେରା ଲାଗିବ । ଏନେଇ ସୂଚନା ଦେଇଛନ୍ତି ପୋଲିସ୍ କମିଶନର ସୁରେଶ ଦେବଦତ୍ତ ସିଂ ।ଦୟା ବ୍ରିଜ୍, ଏୟାରଫିଲ୍ଡ ଥାନା ନିକଟବର୍ତ୍ତୀ ସୁନ୍ଦରପଦା-ଜଟଣୀ ରୋଡ୍, ପାତ୍ରପଡ଼ା ଛକ, ଚନ୍ଦକା ଛକ, ନନ୍ଦନକାନନ-ବାରଙ୍ଗ ଛକ, ହଂସପାଳ ଛକ, ପୁରୀ ବାଇପାସ୍‌ର ସାଇ ମନ୍ଦିର ଛକରେ ଏଆଇ କ୍ୟାମେରା ଲଗାଯିବ। ଆଡଭାନ୍ସ ଫେସିଆଲ ରିକୋଗନାଇଜ୍ ସିଷ୍ଟମ ଜରିଆରେ ଚିହ୍ନଟ ହେବେ ଅପରାଧୀ ଓ ଟ୍ରାଫିକଖିଲାପକାରୀ ।

ବାୟୋମେଟ୍ରିକ ଏସେସ କଣ୍ଟ୍ରୋଲ ଜରିଆରେ ଅପରାଧୀ ଓ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯିବ। ଏବେ ଟୁଇନସିଟିରେ ୧ ହଜାର କ୍ୟାମେରା ଲାଗିଥିଲେ ମଧ୍ୟ ଅଧିକାଂଶ ଖରାପ ହୋଇଥିବା ଦେଖାଯାଇଛି ।ଏହା ପର୍ଯ୍ୟାପ୍ତ ନୁହେଁ । ତେଣୁ AI କ୍ୟାମେରା ପାଇଁ ପ୍ରସ୍ତାବ ରହିଛି । ଆପାର୍ଟମେଣ୍ଟରେ ସିସିଟିଭି କ୍ୟାମେରା ଲଗାଇବାକୁ ପୋଲିସ କମିଶନର ପୁଣି ଅନୁରୋଧ କରିଛନ୍ତି ।

You might also like