ଆଇସିୟୁ ଭେଣ୍ଟିଲେଟରରେ ଏୟାର ହଷ୍ଟେସଙ୍କୁ ଦୁଷ୍କର୍ମ ଅଭିଯୋଗ ।

ଆଇସିୟୁ ଭେଣ୍ଟିଲେଟରରେ ଏୟାର ହଷ୍ଟେସଙ୍କୁ ଦୁଷ୍କର୍ମ ଅଭିଯୋଗ । ହରିୟାଣ ଗୁରୁଗ୍ରାମରେ ଥିବା ଜଣାଶୁଣା ଡାକ୍ତରଖାନାରୁ ଆସିଛି ଏପରି ଅଭିଯୋଗ । ହସ୍ପିଟାଲର ଜଣେ କର୍ମଚାରୀ ଏପରି କାଣ୍ଡ ଭିଆଇଥିବା ଜଣାପଡିଛି । ମହିଳା ଜଣଙ୍କ ଚଳପ୍ରଚଳ କରିପାରୁ ନଥିବାର ସୁଯୋଗ ନେଇ ସୈତାନ ଏମିତି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି । ଆଉ ଏଭଳି ଭୟଙ୍କର ଘଟଣା ସାମ୍ନାକୁ ଆସିବା ପରେ ହରିୟାଣାରେ ଚାଞ୍ଚଲ୍ୟ ଖେଳିଯାଇଛି ।୪୬ ବର୍ଷୀୟା ଏୟାର ହଷ୍ଟେସ ଜଣଙ୍କ ଗତ ଏପ୍ରିଲ ୫ ତାରିଖ ଦିନ ଗୁରୁଗ୍ରାମକୁ ଟ୍ରେନିଂ ପାଇଁ ଆସିଥିବା ବେଳେ ଏକ ହୋଟେଲରେ ରହିଥିଲେ । ଗାଧୋଇବା ବେଳେ ସୁଇମିଂ ପୁଲରେ ବୁଡି ଯାଇ ଗୁରୁତର ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେଠାରେ ତାଙ୍କୁ ଆଇସିୟୁ ଭେଣ୍ଟିଲେଟରରେ ରଖାଯାଇଥିଲା ।

ମହିଳା ଜଣଙ୍କ ଭେଣ୍ଟିଲେଟରରେ ଚେତାଶୂନ୍ୟ ଅବସ୍ଥାରେ ଥିବା ବେଳେ ହସ୍ପିଟାଲ କର୍ମଚାରୀ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ । ମହିଳା ଜଣଙ୍କ ଜାଣିପାରୁଥିଲେ ମଧ୍ୟ ଶରୀର ଚଳପ୍ରଚଳ ପାଇଁ ଅକ୍ଷମ ଥିବାରୁ ପ୍ରତିବାଦ କରିପାରୁନଥିଲେ । ଏପ୍ରିଲ ୧୩ରେ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ସ୍ବାମୀଙ୍କୁ ସବୁ କଥା କହିଥିଲେ ପୀଡିତା । ପରେ ଥାନାରେ ଏକ ଲିଖିତ ମାମଲା ଦାଏର କରିବା ପରେ ପୋଲିସ ଉକ୍ତ ହସ୍ପିଟାଲର କର୍ମଚାରୀଙ୍କୁ ପଚରାଉଚରା କରିବା ସହ ସିସିଟିଭି ଯାଞ୍ଚ କରୁଛି । ଅନ୍ୟପକ୍ଷରେ, ସଦର ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।ତେବେ ଆଇସିୟୁ ଭିତରେ ଦୁଷ୍କର୍ମ ଖବରକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଏହାପରେ ହସ୍ପିଟାଲ ଯିବା ପାଇଁ ମଧ୍ୟ ଲୋକଙ୍କ ମନରେ ଭୟ ଦେଖାଯାଇଛି ।

You might also like