ପବିତ୍ର ଅକ୍ଷୟ ତୃତୀୟାରେ ହେବ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ।
ରଥଯାତ୍ରାର ପ୍ରାରମ୍ଭିକ ପର୍ବ ଭାବେ ଆସନ୍ତାକାଲି(ଏପ୍ରିଲ 30)ରେ ଅକ୍ଷୟ ତୃତୀୟାରୁ ରଥକାଠ ଅନୂକୁଳ ହେବ । ମହାପ୍ରଭୁଙ୍କ ନିକଟରୁ ଆଜ୍ଞାମାଳ ଆସିବା ପରେ ତିନି ରଥର ମୁଖ୍ୟ ମହାରଣା ପାରମ୍ପରିକ ପୂଜାର୍ଚ୍ଚନା କରିବା ପରେ ତିନିଟି ଧଉରା କାଠକୁ ପାରମ୍ପରିକ ହତିଆର ବାରିଶି, କୁରାଢି ସେ ସ୍ପର୍ଶ କରିବା ପରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ।ନୟାଗଡ଼, ବୌଦ୍ଧ, ଘୁମୁସର, ଦଶପଲ୍ଲା ବନଖଣ୍ଡରୁ ରଥ ନିର୍ମାଣ ପାଇଁ କାଠ ଆସିଛି । ତେବେ ପରମ୍ପରା ଅନୁଯାୟୀ ସରସ୍ଵତୀ ପୂଜା ପୂର୍ବରୁ ତିନିଟି ଧଉରା କାଠ ଅଣାଯାଇ ରଥଖଳାରେ ପୂଜାର୍ଚ୍ଚନା କରାଯାଏ । ପରେ ପବିତ୍ର ରାମ ନବମୀ ତିଥିରେ ରଥ କାଠ ଚିରଟ ଶୁଭାରମ୍ଭ ହୁଏ । ତେବେ ଅକ୍ଷୟ ତୃତୀୟାରେ ତିନି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।
