ବିକଶିତ ଗାଁ ବିକଶିତ ଓଡ଼ିଶା’ ନାଁ ରଖାଯାଇ ଯୋଜନା ଚାଲିବ 

ବିକଶିତ ଗାଁ ବିକଶିତ ଓଡିଶା ନାଁରେ ଚାଲିବ କାର୍ଯ୍ୟକ୍ରମ । ଏନେଇ ଦୁଇ ଦିନ ଭିତରେ ଗାଇଡ ଲାଇନ ଆଣୁଛନ୍ତି ସରକାର । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ । ଏହି ଯୋଜନାରେ ପଲ୍ଲୀସଭାକୁ ଗୁରୁତ୍ୱ ଦିଆଯିବ, ପଞ୍ଚାୟତ ପ୍ରତିନିଧିଙ୍କୁ କ୍ଷମତା ଦିଆଯିବ, ଲୋକଙ୍କ ପ୍ରସ୍ତାବ ଅନୁସାରେ ଗାଁ ଓ ପଞ୍ଚାୟତର ବିକାଶ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଖାଲି ସେତିକି ନୁହେଁ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରାଯିବ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ।