ଅମିତାଭ ବଚ୍ଚନଙ୍କ ଆଜି ଜନ୍ମ ଦିନ ।

ଆଜି ୮୨ ବର୍ଷରେ ପାଦ ଥାପିଛନ୍ତି ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନ । ଏହାକୁ ନେଇ ସାରା ବିଶ୍ୱରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।ମେଗାଷ୍ଟାର ଅମିତାଭ ବଚ୍ଚନ ବର୍ଷ ବର୍ଷ ଧରି ବଲିଉଡ ଇଣ୍ଡଷ୍ଟ୍ରିରେ ସକ୍ରିୟ ରହି ପ୍ରଶଂସକଙ୍କୁ ମନୋରଞ୍ଜନ କରୁଛନ୍ତି। ଅମିତାଭ ତାଙ୍କ ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନରେ ଏକ ଭଲ ସନ୍ତୁଳନ ବଜାୟ ରଖନ୍ତି। ପ୍ରଶଂସକମାନେ ତାଙ୍କୁ ସ୍ନେହରେ ବିଗ ବି ବୋଲି ଡାକନ୍ତି। ଆଜି ତାଙ୍କ ଅଭିନୟର ଯାଦୁଗରୀରେ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି ଅମିତାଭ ବଚ୍ଚନ । ଉତ୍ତରପ୍ରଦେଶର ମୂଳ ବାସିନ୍ଦା ହେଉଛନ୍ତି ଅମିତାଭ ବଚ୍ଚନ । ଏକ ରିପୋର୍ଟ ମୁତାବକ ଅମିତାଭଙ୍କ ପ୍ରକୃତ ନାମ ହେଉଛି ଇନକଲାବ ଶ୍ରୀବାସ୍ତବ ବୋଲି କୁହାଯାଉଛି । ବର୍ତ୍ତମାନ ସୁଦ୍ଧା ସେ ୨୦୦ରୁ ଅଧିକ ଫିଲ୍ମରେ ଅଭିନୟ କରି ସାରିଛନ୍ତି ।କୌନ ବନେଗା କରୋଡପତିରେ ସେ କହିଥିଲେ, ବଚ୍ଚନ ସରନେମ୍‌ ହେଉଛି ତାଙ୍କ ପିତା ହରିବଂଶ ରାୟ ବଚ୍ଚନଙ୍କ ଉପହାର। ଅମିତାଭ କହିଛନ୍ତି, ମୋ ବାପା ଜାତି ଦ୍ୱାରା ବାନ୍ଧି ହେବାକୁ ଚାହୁଁ ନ ଥିଲେ। ସେ ମୁକ୍ତ ହେବାକୁ ଚାହୁଁଥିଲେ। ସେ ଜଣେ କବି ଥିବାରୁ ସେ ବଚ୍ଚନ ସରନେମ୍‌ ରଖିଲେ। ସ୍କୁଲରେ ମଧ୍ୟ ଏହି ସରନେମ୍‌ ରହିଲା। ସେବେଠାରୁ ବଚ୍ଚନ ସରନେମ୍‌ ଆରମ୍ଭ ହେଲା।