ଅମୃତ ଭଣ୍ଡା ପତ୍ରର କିଛି ଚମତ୍କାର ଉପକାରିତା ଯାହା ଏହିଭଳି ମାରାତ୍ମକ ରୋଗକୁ ଠିକ୍ କରେ।

ଅମୃତ ଭଣ୍ଡା ଶରୀର ପାଇଁ ଖୁବ୍ ଉପଯୋଗୀ । ସେ କଞ୍ଚା ହେଉ ଅବା ପାଚିଲା । କିନ୍ତୁ ଆପଣ ଜାଣିଛନ୍ତି କି ଅମୃତ ଭଣ୍ଡା ପତ୍ର ମଧ୍ୟ ଶରୀର ପାଇଁ ବେଶ୍ ଉପକାରୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ପତ୍ରର ଫାଇଦା ସଂପର୍କରେ ।

ଅମୃତ ଭଣ୍ଡା ପତ୍ରର ଜୁସ୍ ଶରୀରରେ ଇମ୍ୟୁନିଟି ବଢାଇବାରେ ସାହାର୍ଯ୍ୟ କରିବା ସହ ଜୀବାଣୁ ବୃଦ୍ଧିକୁ କମ କରାଇଥାଏ । ଏହାସହିତ ଅନେକ ରୋଗ ସହିତ ଲଢିବାରେ ଏହି ଜୁସ ଶକ୍ତି ଯୋଗାଇଥାଏ ।

ଏହି ଅମୃତ ଭଣ୍ଡା ପତ୍ର ଜୁସ୍ ମ୍ୟାଲେରିଆ ଏବଂ ଡେଙ୍ଗୁ ରୋଗୀଙ୍କ ପାଇଁ ଖୁବ୍ ଉପଯୋଗୀ ହୋଇଥାଏ । ଏହାସହିତ ଶରୀରକୁ ଦୃଢ ରଖିଥାଏ ।

କର୍କଟ ରୋଗୀଙ୍କ ପାଇଁ ଏହି ପତ୍ରର ଜୁସ୍ ବରଦାନ ସଦୃଶ କାମ କରିଥାଏ । ଏଥିରେ କ୍ୟାଂସରୋଧି ଗୁଣ ଥାଏ । ଯାହା ଇମ୍ୟୁନିଟି ବଢାଇବାରେ ସାହାର୍ଯ୍ୟ କରିଥାଏ ।

ମହିଳାମାନଙ୍କର ମାସିକ ଧର୍ମରେ ହେଉଥିବା ଯନ୍ତ୍ରଣାରୁ ଉପଶମ ପାଇବାକୁ ହେଲେ ଅମୃତ ଭଣ୍ଡା କାଢା ପ୍ରସ୍ତୁତ କରି ପିଇବା ଦ୍ୱାରା ଖୁବ୍ ଆରାମ ଅନୁଭବ ହୋଇଥାଏ ।

ମଧୁମେହ ରୋଗ ରହିଛି କି ତେବେ ଅମୃତଭଣ୍ଡାରେ ପ୍ରସ୍ତୁତ ଜୁସ୍‍ ପିଅନ୍ତୁ।ଯାହାରି ଫଳରେ ରକ୍ତରେ ଥିବା ଶର୍କରା ସ୍ତର କମ୍‍ ହୋଇଥାଏ।ଫଳରେ ଶରୀର ମଧ୍ୟରେ ଇନ୍‍ସୁଲିନ ବଢିଥାଏ।

ଏଥିରେ ଥିବା ନ୍ୟୁଟ୍ରିଅନ୍ସ ଓ ମିନେରାଲ୍ସ କାରଣରୁ ଧରି ରହୁଥିବା ଥଣ୍ଡା ଭଲ ହୋଇଥାଏ।

ଏଥିରେ ଭିଟାମିନ ‘ଡି’ ଥିବାରୁ ଏମ୍ଫାସିମା ରୋଗ ବି ଭଲ ହୋଇଥାଏ