ପୁଣି ବାରବାଟୀରେ ହୋଇପାରେ ଭାରତ-ଦକ୍ଷିଣ ଆଫ୍ରିକା

କଟକରେ ଏବର୍ଷ ପୁଣି ଖେଳାଯାଇପାରେ ଅନ୍ତର୍ଜାତୀୟ ମ୍ୟାଚ। ଡିସେମ୍ବର ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ ଖେଳାଯାଇପାରେ। ନଭେମ୍ବର ମାସରେ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମ୍ ଭାରତ ଗସ୍ତରେ ଆସି ୨ଟି ଟେଷ୍ଟ, ୩ଟି ଦିନିକିଆ ମ୍ୟାଚ ଓ ୫ଟି ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚ ଖେଳିବ। ଆଜି କୋଲକାତାରେ ବସିଥିବା ବିସିସିଆଇର ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ତେବେ ବାରବାଟୀରେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ନେଇ ଓସିଏ ସଭାପତି ପଙ୍କଜ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଆମେ ବିସିସିଆଇକୁ ନିବେଦନ କରିଥିଲୁ । କିନ୍ତୁ ଏ ସମ୍ପର୍କରେ ବିସିସିଆଇ ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ଓସିଏ ପାଖକୁ ଆସିନାହିଁ ।

You might also like