‘ମଦ ଓ ଟଙ୍କାରେ ଫସିଗଲା ଆପ୍ ତେଣୁ ହାରିଲା : ଆନ୍ନା ହଜାରେ ।

ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପକୁ ଶକ୍ତ ଝଟକା ଲାଗିଛି। ହାରି ଯାଇଛନ୍ତି ଦଳର ହେଭିୱେଟ୍। ହାରିଗଲେ ଦଳର ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। କିନ୍ତୁ କାହିଁକି ଏପରି ହାରିଲେ ସେନେଇ ବିଭିନ୍ନ ମାହୋଲରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଆପର ଏଭଳି ପ୍ରଦର୍ଶନ ପରେ ଆପକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସାମାଜିକ କର୍ମୀ ଆନ୍ନା ହଜାରେ ।

ସେ କହିଛନ୍ତି, ମୁଁ ସବୁବେଳେ କହିଛି ପ୍ରାର୍ଥୀଙ୍କ ବ୍ୟବହାର, ତାଙ୍କ ବିଚାର ଶୁଦ୍ଧ ହେବା ଦରକାର । ଜୀବନରେ କୌଣସି ଦାଗ ନ ହେବା ଦରକାର । ଭଲ ଗୁଣରେ ମତଦାତାଙ୍କ ବିଶ୍ୱାସ ବଢିଥାଏ । ମୁଁ କେଜ୍ରିଓ୍ୱାଲଙ୍କୁ ଏହି ସବୁ କହିଥିଲି ହେଲେ ସେ ଧ୍ୟାନ ଦେଇନଥିଲେ । ସେ ମଦ ଉପରେ ଫୋକସ କରିଥିଲେ । ସେ ସତ୍ତା ବଳରେ ଖୁସି ଥିଲେ । ବିଚାର ଶୁଦ୍ଧ ହେବା, ଜୀବନ ନିଷ୍କଳଙ୍କ ହେବା, ଜୀବନରେ ତ୍ୟାଗ ହେବା… ଏହି ସବୁ ଗୁଣ ରହିଲେ ମତଦାତାଙ୍କ ବିଶ୍ୱାସ ରହିବ ଯେ ପ୍ରାର୍ଥୀ ଆମ ପଇଁ କିଛି କରିବ । ସେମାନେ ମଦ ଏବଂ ଟଙ୍କାରେ ଫସିଗଲେ। ଯାହାକୁ ନେଇ କେଜ୍ରିୱାଲଙ୍କ ଭାବମୂର୍ତ୍ତିରେ ଆଞ୍ଚ ଆସିଛି। ମଦ ଦୁର୍ନୀତି ଫଳରେ ତାଙ୍କୁ କମ୍ ଭୋଟ୍ ମିଳିଛି। ମଦ ଉପରେ ଅଧିକ ଗୁରୁତ୍ବ ଦେଲେ ତେଣୁ ତାଙ୍କ ଛବି ଖରାପ ହୋଇଗଲା।’

You might also like