କଟକରୁ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ପୁଣି ଜଣେ ମହିଳା ଦଲାଲ ଗିରଫ

କଟକରୁ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ । ଗିରଫ ଅଭିଯୁକ୍ତ ହେଲେ ବାରିପଦା ଅଞ୍ଚଳର ସୁନୀତା ଦାସ ।ଏହାକୁ ମିଶାଇ ଏହି ଘଟଣାରେ ମୋଟ ଦୁଇ ଜଣ ମହିଳାଙ୍କ ସଂପୃକ୍ତି ସାମ୍ନାକୁ ଆସିଛି । ମୋଟ ଗିରଫଦାରୀ ସଂଖ୍ୟା ଚାରିରେ ପହଞ୍ଚିଛି । ନାବାଳିକାଙ୍କୁ ବାରିପଦାକୁ ନେଇ ଦେହ ବ୍ୟବସାୟରେ ନିୟୋଜିତ କରାଇ ଥିବା ଅଭିଯୋଗରେ ଏହି ମହିଳାଙ୍କୁ ଗିରଫ କରିଛି ପୋଲିସ । ଗିରଫ ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।ସୁନୀତା ନାବାଳିକା ଚାଲାଣ ଘଟଣାରେ ଦଲାଲି କାର୍ଯ୍ୟ କରୁଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।ସୂଚନା ଅନୁସାରେ ଏହି ଘଟଣାରେ ଗତ ନଭେମ୍ବର ମାସରେ ସଦର ଥାନା ଅଞ୍ଚଳରୁ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରିଥିଲା ମଧୁପାଟଣା ଥାନା ପୋଲିସ। ଜସ୍ମିନ୍ ଚୌଧୁରୀ ଓ ସ୍ବାମୀ ବିରା ଗିରଫ ହୋଇଥିଲେ। ସେମାନଙ୍କ ବିରୁଦ୍ଧରେ ବି ଏନ୍ ଏସ ର ଧାରା 143,144,54, ଏବଂ immoral traffic prevention act ର ଧାରା ୫ ଅନୁଯାୟୀ ମାମଲା ରୁଜୁ କରିଥିଲା ପୋଲିସ।

You might also like