ରଥଯାତ୍ରାରେ ଶରଧାବାଲି ଦଳଚକଟାର ଭିଡିଓ ମାଗିଲେ ଅନୁ ଗର୍ଗ

ପୁରୀ ଶରଧାବାଲିରେ ଘଟିଥିବା ଦଳଚକଟା ସମୟର ଭିଡିଓ କିମ୍ବା ତଥ୍ୟ ଯାହା ପାଖରେ ଅଛି ଦେବାକୁ ଜନସାଧାରଣଙ୍କୁ ଅପିଲ କରାଯାଇଛି। ଶରଧାବାଲି ଦଳାଚକଟାର ତଦନ୍ତକାରୀ ଅଧିକାରୀ ଅନୁ ଗର୍ଗଙ୍କ ଏହି ଅପିଲ କରିଛନ୍ତି। ଲୋକଙ୍କ ପାଖରେ ତଥ୍ୟ ଏବଂ ଭିଡିଓ ଥିଲେ puritragedy.inquiry@odisha.gov.in ମେଲ୍‌ରେ ପଠାଇବାକୁ ଅନୁରୋଧ କରିଛନ୍ତି।ଅନେକ ଲୋକ ଦଳାଚକଟା ସମୟରେ ଭିଡ଼ିଓ କରିଥିଲେ। ଯାହାକି ତଦନ୍ତରେ ସହାୟତା କରିବ। ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଛି। କିଛି ଲୋକଙ୍କୁ ପଚରା ଉଚରା କରିଛି। ଆଗକୁ ଆହୁରି ବି ଯିବି। ତଦନ୍ତକୁ ନେଇ ଏବେଠୁ କିଛି କହିବା ଅପରିପକ୍ୱ ହେବ ବୋଲି ସେ କହିଛନ୍ତି।ନିଜେ ଭେଟି ତଥ୍ୟ ଦେବାକୁ ଚାହୁଁଥିଲେ ରାଜ୍ୟ ଅତିଥି ଭବନ ଭୁବନେଶ୍ବର ଓ ପୁରୀ ସ୍ପେଶାଲ ସର୍କିଟ ହାଉସରେ ଅପରାହ୍ନ ୩ଟା ପରେ ଦେଇପାରିବେ ବୋଲି ଅନୁ ଗର୍ଗ କହିଛନ୍ତି।

You might also like