ବଡ ପରଦାରେ ଦେଖିବାକୁ ମିଳିବ ଏପିଜେ ଅବଦୁଲ କଲାମ ବାୟୋପିକ୍
ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ବୈଜ୍ଞାନିକ ଡକ୍ଟର ଏପିଜେ ଅବଦୁଲ କଲାମ। ବର୍ତ୍ତମାନ ତାଙ୍କ ଜୀବନୀ ଉପରେ ଏକ ବାୟୋପିକ୍ ଖୁବଶୀଘ୍ର ରିଲିଜ୍ ହେବାକୁ ଯାଉଛି । ଯାହାର ପୋଷ୍ଟର ଏବେ ସାମ୍ନାକୁ ଆସିଛି । ଏହି ଫିଲ୍ମରେ ଡକ୍ଟର କଲାମଙ୍କ ଜୀବନ ଯାତ୍ରାକୁ ବଡ଼ ପରଦାରେ ଆଣିବାକୁ ଯାଉଛନ୍ତି ଫିଲ୍ମ ନିର୍ମାତା ।ଅଭିଷେକ ଅଗ୍ରୱାଲ ଏବଂ ଏ.କେ. ଏଣ୍ଟରଟେନମେଣ୍ଟସ୍ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରଟି ଏ.ପି.ଜେ. ଅବଦୁଲ କଲାମ ଇଣ୍ଟରନେସନାଲ ଫାଉଣ୍ଡେସନର ସହଯୋଗରେ ନିର୍ମାଣ କରାଯାଉଛି । କାରଣ, ଭାରତର ଏହି ପ୍ରିୟ ଏବଂ ସମ୍ମାନିତ ବ୍ୟକ୍ତିତ୍ୱଙ୍କ ଚରିତ୍ର ସମ୍ପୂର୍ଣ୍ଣ ସତ୍ୟ ଏବଂ ଗାରିମା ସହ ଉପସ୍ଥାପନ କରାଯିବ । ୨୦୨୫ରେ ମୁକ୍ତିଲାଭ କରିବାକୁ ଯୋଜନା କରାଯାଇଥିବା ଏହି ଚଳଚ୍ଚିତ୍ରଟିର ନାଁ ରହିଛି ‘ଜନତା କେ ରାଷ୍ଟ୍ରପତି’ । ଏଥିରେ ଡକ୍ଟର କଲାମଙ୍କର ଜୀବନ ଯାତ୍ରା ,ତାଙ୍କର ଜ୍ଞାନ, ତାଙ୍କର ନମ୍ରତା ଏବଂ ଦେଶ ପ୍ରତି ତାଙ୍କର ସେବା ମନୋଭାବକୁ ଦେଖାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି ଚଳଚିତ୍ର ନିର୍ମାତା ।
