ସାମ୍ବାଦିକ ସମ୍ମିଳନୀ କରି ବିଷ ଓଗାଳିଲେ ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ

ଅର୍ଚ୍ଚନାଙ୍କ ଗିରଫଦାରି ପଛରେ ବଡ ଷଡଯନ୍ତ୍ର ଥିଲା । ସାମ୍ବାଦିକ ସମ୍ମିଳନୀ କରି ବିଜେଡିର ବରିଷ୍ଠ ନେତାଙ୍କ ନାଁ ନେଇ ସବୁ ଗୁମର ଖୋଲିଛନ୍ତି ଅର୍ଚ୍ଚନା । ସେ କହିଛନ୍ତି ମୋ ଗିରଫଦାରୀ ପଛରେ ବିଜେଡିର ବରିଷ୍ଠ ନେତା ବବି ଦାସ, ମାନସ ମଙ୍ଗରାଜ, ଅମରେଶ ଜେନା ଥିଲେ । ସେ କହିଛନ୍ତି ତାଙ୍କ ପଛରୁ ଛୁରୀ ମାରିଥିଲେ କିଛି ଆଗ ଧାଡିର ବିଜେଡି ନେତା ଓ ବରିଷ୍ଠ ପୁଲିସ ଅଧିକାରୀ । ସେ କହିଛନ୍ତି, ମୋ ପ୍ରତି ଅନ୍ୟାୟ ହୋଇଛି। ଅଭିଯୋଗକାରିଣୀଙ୍କୁ ଟଙ୍କା ଦେଇ କିଣାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏନେଇ ଲିଖିତ ଭାବରେ ଜଣାଇଛି।

ଅର୍ଚ୍ଚନା କହିଛନ୍ତି, ମୋତେ ଅକ୍ଟୋବର ୬ରେ ଗିରଫ କରାଗଲା। ତା ପୂର୍ବରୁ ୪ରୁ ଗୃହବନ୍ଦୀ କରି ରଖାଯାଇଥିଲା। ଅକ୍ଟୋବର ୧୦ରେ କିଏ ଅଭିଯୋଗ କରିଛନ୍ତି ବୋଲି ମୋତେ ଜଣାଗଲା। ମୋ ଘରର ସିସିଟିଭି ଫୁଟେଜର ହାର୍ଡ ଡିସ୍କ ଭାଙ୍ଗି ଦିଆଗଲା। ମୋତେ ଜେଲରେ ନିର୍ଯାତନା ଦିଆଯାଉଥିଲା। ପୁଲିସ ଟଙ୍କା ଦେଇ ଜେଲ କର୍ମଚାରୀଙ୍କୁ କିଣି ଦେଇଥିଲେ। ମୋତେ ଜେଲରେ ନିଶା ଇଞ୍ଜେକ୍ସନ, ମେଡିସିନ୍ ଦିଆଯାଉଥିଲା। ମୁଁ ପାଗେଳି ବୋଲି ସ୍ଵୀକାର କରିବାକୁ ବାଧ୍ୟ କରାଯାଇଥିଲା। ରାଜ୍ୟ ଛାଡ଼ି ଯିବାକୁ ଚାପ ପକାଯାଉଥିଲା। ଶ୍ରଦ୍ଧାଞ୍ଜଳି ବେହେରା ସ୍ଵୀକାର କରିଛନ୍ତି ଯେ, ତାଙ୍କୁ ଟଙ୍କା ଦେଇ ଅଭିଯୋଗ କରିବା ପାଇଁ ବାଧ୍ୟ କରାଯାଇଥିଲା। ଯାହାର କଲ୍ ରେକର୍ଡିଂ ସାମ୍ବାଦିକ ସମ୍ମିଳନୀରେ ସାର୍ବଜନୀନ କରିଛନ୍ତି ଅର୍ଚ୍ଚନା ନାଗ। ତେବେ ଏନେଇ ବିଜେଡି ନେତା କିମ୍ବା ପୁଲିସ ଅଧିକାରୀଙ୍କ ପ୍ରତିକ୍ରିୟା ଏପର୍ଯ୍ୟନ୍ତ ମିଳିନାହିଁ ।

You might also like