ଅଭିନେତା ସୋନୁ ସୁଦ୍‌ଙ୍କ ନାଁରେ ଜାରି ହୋଇଛି ଗିରଫ ପରଓ୍ବାନା।

ବଲିଉଡ୍ ଜଣେ ଲୋକପ୍ରିୟ ଅଭିନେତା ହେଉଛନ୍ତି ସୋନୁ ସୁଦ୍ । ସୋନୁଙ୍କ ଗିରଫ କରିବା ପାଇଁ ୱାରେଣ୍ଟ ଜାରି କରିଛି କୋର୍ଟ । କୁହାଯାଉଛି ଲୁଧିଆନା କୋର୍ଟ ୧୦ ଲକ୍ଷ ଟଙ୍କାର ଏକ ଠକେଇ ମାମଲାରେ ପଚରାଉଚରା ପାଇଁ ପୂର୍ବରୁ ସୋନୁଙ୍କ ସମନ ଜାରି କରିଥିଲେ । କିନ୍ତୁ ସୋନୁ ସୁଦ୍ ଏସମ୍ପର୍କରେ କୌଣସି ଉତ୍ତର ରଖିନଥିଲେ । କୋର୍ଟରେ ମଧ୍ୟ ହାଜର ହୋଇନଥିଲେ ସୋନୁ ।ସୂଚନା ଅନୁସାରେ, ଲୁଧିଆନାର ଓକିଲ ରାଜେଶ ଖାନ୍ନାଙ୍କ ପକ୍ଷରୁ ଏହି ମାମଲା ଦାୟର କରାଯାଇଥିଲା। ସେ ଅଭିଯୋଗ କରିଥିଲେ ଯେ, ମୋହିତ ଶୁକ୍ଳା ନାମକ ଜଣେ ବ୍ୟକ୍ତି ତାଙ୍କ ସହ ୧୦ ଲକ୍ଷ ଟଙ୍କାର ଠକେଇ କରିଛନ୍ତି। ଓକିଲ କହିଛନ୍ତି ଯେ, ମୋହିତ ଶୁକ୍ଳା ତାଙ୍କୁ ଏକ ନକଲି ‘ରିଜିକା ମୁଦ୍ରା’ରେ ନିବେଶ କରିବାକୁ ଉସୁକାଇଥିଲେ ଏବଂ ଏହି ମାମଲାରେ ସୋନୁ ସୁଦଙ୍କୁ ସାକ୍ଷୀ ଦେବାର ଥିଲା।ଅଦାଲତ ଅନେକ ଥର ସମନ ପଠାଇବା ସତ୍ତ୍ୱେ ଅଭିନେତା ସୋନୁ ସୁଦ ଏହାକୁ ଅଣଦେଖା କରିଥିଲେ। ଏହାକୁ ନେଇ କୋର୍ଟ ଏବେ ଗିରଫ ପରଓ୍ବାନା ଜାରି କରିଛନ୍ତି। ତେବେ ଏପର୍ଯ୍ୟନ୍ତ ଅଭିନେତା କିମ୍ବା ତାଙ୍କ ଟିମ୍ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ ।

You might also like