ଅପେରାରେ କଳାକାର ଚୟନ ପାଇଁ ଆଇପିଏଲ ଭଳି ନିଲାମକୁ ବିରୋଧ

ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ଓ ରନ୍ଧନ ଗ୍ୟାସର ଦରବୃଦ୍ଧି ପ୍ରତିବାଦରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା କରାଯାଇ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦିନକୁ ଦିନ ରାଜ୍ୟରେ ମହିଳାଙ୍କୁ ବଳାତ୍କାର, ନାବାଳିକାଙ୍କୁ ବଳାତ୍କାର, ହତ୍ୟା ଭଳି ଘଟଣା ବଢିବାରେ ଲାଗିଛି।

ଯାତ୍ରା କଳାକାର ଓ ମାଲିକ ସଂଘ ବିବାଦରେ ପଡ଼ିବ କି ଯବନିକା। ଆଜି ଭୁବନେଶ୍ବରରେ କଳାକାର ସଂଘର ବୈଠକ ବସିବ। ଏଥିରେ ସମସ୍ତ କଳାକାରଙ୍କୁ ଡକାଯାଇଛି । ସେଇଠି ସବୁ ବିବାଦ ସଂପର୍କରେ ଆଲୋଚନା ହେବ। ଏନେଇ କଳାକାର ସଂଘର କର୍ମକର୍ତ୍ତା ବାପି ପଣ୍ଡା ସୂଚନା ଦେଇଛନ୍ତି ।ଓଡ଼ିଆ ଯାତ୍ରା ଜଗତରେ ଚାଲିଥିବା କଳାକାର ଓ ମାଲିକଙ୍କ ମଧ୍ୟରେ ବିବାଦ ମଧ୍ୟରେ ଲୋକପ୍ରିୟ ଯାତ୍ରା ଅଭିନେତ୍ରୀ ନମିତା ଭୂୟାଁ ନିଜର ସ୍ପଷ୍ଟ ମତ ରଖିଛନ୍ତି । ସେ କହିଛନ୍ତି, କମେଡିଆନ୍ ବା ହାସ୍ୟକଳାକାର ନାରୀ ପଣ୍ଡାଙ୍କୁ ବ୍ୟାନ ହେବାକୁ ପଡୁଛି, କିନ୍ତୁ ଅଧିକ ପାରିଶ୍ରମିକ ନେଉଥିବା ପୀୟୁଷ ତ୍ରିପାଠୀଙ୍କ ବିରୋଧରେ କାହାର କିଛି ଅଭିଯୋଗ ନାହିଁ। ଏହାସହ, ଓଡ଼ିଶା ଯାତ୍ରା ମାଲିକ ସଂଘର ସଦସ୍ୟ କବିରାଜ ସ୍ୱାଇଁଙ୍କ ଆଇପିଏଲ୍‌-ଷ୍ଟାଇଲ୍‌ ନିଲାମ ପ୍ରକ୍ରିୟାର ପ୍ରସ୍ତାବକୁ ସେ ତୀବ୍ର ବିରୋଧ କରିଛନ୍ତି। ଏପରି ପ୍ରଥା କଳାକାରମାନଙ୍କ ପାଇଁ କ୍ଷତିକାରକ ହେବ ବୋଲି ସେ ମତ ଦେଇଛନ୍ତି।

You might also like