ପରକୀୟା ସମ୍ପର୍କକୁ ନେଇ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ହତ୍ୟା କରିଥିଲା କଳା ଶିକ୍ଷକ

ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଗୁନେଇବିଲି ଗାଁରୁ ଗତକାଲି ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାତୀ ଦେହୁରୀଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ପରକୀୟା ପ୍ରୀତିରୁ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ହତ୍ୟା କରାଯାଇଥିବା ନିଜେ ଅଭିଯୁକ୍ତ ଶିକ୍ଷକ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି। ଏହି ଘଟଣାରେ ସୋମନାଥକୁ ଗିରଫ କରିବା ସହ ଘଟଣାସ୍ଥଳକୁ ଆଣି ପୁଲିସ କ୍ରାଇମ ସିନ ରିକ୍ରିଏସନ କରିଛି।କାମାକ୍ଷାନଗର ଏସ୍‌ଡିପିଓ ଜ୍ଞାନରଞ୍ଜନ ମିଶ୍ର କହିଛନ୍ତି, ଗତକାଲି ଆମେ ପାରିପାର୍ଶ୍ୱିକ ସ୍ଥିତିକୁ ସମୀକ୍ଷା କରିବା ପରେ ହତ୍ୟା ମାମଲା ରୁଜୁ କରିଥିଲୁ। ତଦନ୍ତ ବେଳେ ଆମେ ଜାଣିବାକୁ ପାଇଲୁ ଯେ ପରକୀୟା ପ୍ରୀତି ରହିଥିଲା। ତେଣୁ ଆମେ ସେହି ଦିଗରେ ମଧ୍ୟ ତଦନ୍ତ କଲୁ ଓ ସମ୍ଭାବ୍ୟ ସ୍ଥାନଗୁଡ଼ିକରେ ରେଡ୍‌ କଲୁ।

ସେହି ସମୟରେ ଆମେ ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାତୀ ବେହେରାଙ୍କ ସହକର୍ମୀ ଶିକ୍ଷକ ସୋମନାଥ ବିଶ୍ୱାଳଙ୍କୁ ଧରିଲୁ। ଜେରା ବେଳେ ସେ ଦୋଷ ସ୍ୱୀକାର କରିଥିଲେ। ସେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଘରକୁ ଆସିଥିଲେ। ଗ୍ୟାରେଜ ପାଖ କଠୋରୀରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହିତ ତାଙ୍କର ବଚସା ହୋଇଥିଲା। ବଚସା ବେଳେ ସେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ତଣ୍ଟି ଚିପି ଦେଇଥିଲେ ବୋଲି କହିଥିଲେ।୨୦୨୩ ମସିହାରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ସୃଷ୍ଟି ହୋଇଥିବା ବେଳେ ଶେଷରେ ଏହି ସମ୍ପର୍କର ପୂର୍ଣ୍ଣଛେଦ ପଡିଛି। ତେବେ ପ୍ରଧାନଶିକ୍ଷୟତ୍ରୀ ପ୍ରଭାତୀଙ୍କ ପରିବାର ଲୋକ ଅନୈତିକ ସମ୍ପର୍କକୁ ନେଇ କିଛି କହିନଥିବା ବେଳେ ଟଙ୍କା ନେଣଦେଣକୁ ନେଇ ହତ୍ୟା ହୋଇଥିବା କହିଛନ୍ତି। ତେବେ ସମ୍ପୃକ୍ତ ଅଭିଯୁକ୍ତକୁ ଫାଶୀ ଦଣ୍ଡ ଦେବାପାଇଁ ପରିବାର ଲୋକ ଦାବି କରିଛନ୍ତି।

You might also like